ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ: ଗତ ୨୪ଘଣ୍ଟାରେ ୨ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧାରୁ

ଭୁବନେଶ୍ୱର,୧୦।୭(ବ୍ୟୁରୋ): ଗତ କିଛି ଦିନରୁ ଓଡ଼ିଶାରେ କରୋନା ଗ୍ରାଫ୍‌ ତଳମୁହାଁ ହୋଇଛି। ପ୍ରତିଦିନ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଚିନ୍ତା ବଢ଼ାଉଛି। ଶୁକ୍ରବାର ରାଜ୍ୟରେ ୨,୮୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ଏହି ସଂଖ୍ୟାରେ ହ୍ରାସ ଘଟିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୨,୩୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧,୩୪୨ଜଣ କ୍ୱାରାଣ୍ଟାଇନ୍‌ରୁ ହୋଇଥିବା ବେଳେ ୯୯୨ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୩୮୦ ଓ କଟକରୁୁ ୩୭୧ଜଣ ରହିଛନ୍ତି। ସେହିପରି ଅନୁଗୋଳରୁ ୬୪, ବାଲେଶ୍ୱର ୧୬୪, ବରଗଡ଼ ୧୭, ଭଦ୍ରକ ୧୨୧, ବଲାଙ୍ଗୀର ୬, ବୌଦ୍ଧ ୧୩, ଦେବଗଡ଼ ୫, ଢ଼େଙ୍କାନାଳ ୩୪, ଗଜପତି ୨, ଗଞ୍ଜାମ ୬, ଜଗତସିଂହପୁର ୧୦୧, ଯାଜପୁର ୧୭୯, ଝାରସୁଗୁଡ଼ା ୬, କଳାହାଣ୍ଡି ୯, କନ୍ଧମାଳ ୨୯, କେନ୍ଦ୍ରାପଡ଼ା ୧୯୬, କେନ୍ଦୁଝର ୫୧, କୋରାପୁଟ ୧୯, ମାଲକାନଗିରି ୧୩, ମୟୁରଭଞ୍ଜ ୧୦୪, ନବରଙ୍ଗପୁର ୭, ନୟାଗଡ଼ ୯୪, ନୂଆପଡ଼ା ୩, ପୁରୀ ୧୦୬, ରାୟଗଡ଼ା ୩୮, ସମ୍ବଲପୁର ୨୧, ସୁବର୍ଣ୍ଣପୁର ୧୨, ସୁନ୍ଦରଗଡ଼ ୮୭ ଓ ଷ୍ଟେଟ ପୁଲରୁ ୭୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୩୭,୪୭୦ରେ ପହଞ୍ଚିଛି। ସେଥିମଧ୍ୟରୁ ୯,୦୬,୫୧୯ଜଣ ସୁସ୍ଥ ହୋଇଥିବା ବେଳେ ୨୬,୩୬୪ସକ୍ରିୟ ମାମଲା ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କୁ କଂସ ମହାରାଜାଙ୍କ କଡ଼ା ନିର୍ଦେଶ

ବରଗଡ଼,୭।୧: ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କୁ କଂସ ମହାରାଜାଙ୍କ କଡ଼ା ନିର୍ଦେଶ ଦେଇଛନ୍ତି। ମଥୁରା ନଗରବାସୀଙ୍କୁ...

 କାହିଁକି  ଆଶାକର୍ମୀ ଡାଳିମ୍ବ  ହୋଇପାରିଲେ ନବରଙ୍ଗପୁରର ନାଇଟଆଞ୍ଜେଲ, ଜାଣନ୍ତୁ ତାଙ୍କର ଏହି ଯାତ୍ରା ସମ୍ପର୍କରେ 

ନବରଙ୍ଗପୁର,୭।୧(ସଦାଶିବ ପ୍ରହରାଜ): ଭଲ ଚିକିତ୍ସା ନ ପାଇ ଅକାଳରେ ଗର୍ଭାବତୀଙ୍କ ଜୀବନ ଚାଲି ଯାଉଥିଲା। ଗ୍ରାମରେ  ବିଭିନ୍ନ ଦୁରାରୋଗରେ ପୀଡିତ ହୋଇ ରୋଗୀମାନେ ମୃତ୍ୟୁ ମୁଖରେ...

ମମତା ବାନାର୍ଜୀ ଯେମିତି ସମ୍ମାନ ଦେବେ, ସେମିତି ପାଇବେ, କାହିଁକି ଏମିତି କହିଲେ ଜଙ୍ଗଲମନ୍ତ୍ରୀ

ଭୁବନେଶ୍ୱର,୭।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାଘକୁ ନେଇ ତାଙ୍କର ବୟାନ ରଖିଥିଲେ। ଏହାପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ମଧ୍ୟ ତାଙ୍କ...

ଡବଲ୍ ଡେକର ବସ୍ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭।୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଭୁବନେଶ୍ୱରର ଗାଡ଼କଣରେ ଥିବା ‘ମୋ ବସ୍’ ଡିପୋରେ ବହୁ ପ୍ରତୀକ୍ଷିତ ଡବଲ୍ ଡେକର ବସ୍ ଏବଂ ହପ୍-ଅନ୍...

ଇନ୍ଦ୍ରାବତୀରୁ ରବିଚାଷ ପାଇଁ କେନାଲରେ ଛଡ଼ାଗଲା ପାଣି

ଜୟପାଟଣା,୭।୧(ଓମ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଇନ୍ଦ୍ରାବତୀ ମଙ୍ଗଳପୁର ହାତୀ ବ୍ୟାରେଜରୁ ଚଳିତ ରବିଚାଷ  ପାଇଁ କେନାଲରେ ପାଣି ଛଡ଼ାଯାଇଛି। ଏଥିରେ ବାମ...

କେତେ ପ୍ରତିଶତ କ୍ଷତି ହୋଇଥିଲେ ମିଳିବ ସରକାର ସହାୟତା ? ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ

ଭୁବନେଶ୍ୱର,୭।୧: ଲଘୁଚାପ ପ୍ରଭାବରେ ରାଜ୍ୟରେ ୧୬ଟି ଜିଲାରେ ହୋଇଥିବା ଅଦିନିଆ ବର୍ଷାକୁ ସରକାର ‘ପ୍ରାକୃତିକ ବିପର୍ଯ୍ୟୟ’ ଭାବେ ଗ୍ରହଣ କରିଥିବାବେଳେ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି...

ଜାତୀୟ ରାଜପଥରେ ବାଇକକୁ ଧକ୍କା ଦେଲା ଟ୍ରକ

ବାରିପଦା,୭।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଜାତୀୟ ରାଜପଥରେ ବାଇକକୁ ଧକ୍କା ଦେଇ ଟ୍ରକ ଜଳିଯାଇଛି। ତେବେ ଅଳ୍ପକେ ଗାଡି ଚାଳକ ବର୍ତ୍ତି ଯାଇଛନ୍ତି। ଜାତୀୟ ରାଜପଥ ୧୮ର...

ନିଜ ଲଢ଼େଇ ନିଜେ ଲଢ଼ିବେ ଛାତ୍ରୀ: ମହାବିଦ୍ୟାଳୟରେ ଆରମ୍ଭହେଲା ….

ଗଞ୍ଜାମ,୬।୧୨:(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ସହିଦ ଭଗତ ସିଂ କଲେଜରେ ସୋମବାର ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । କଲେଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri