ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ: ଗତ ୨୪ଘଣ୍ଟାରେ ୨ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧାରୁ

ଭୁବନେଶ୍ୱର,୧୦।୭(ବ୍ୟୁରୋ): ଗତ କିଛି ଦିନରୁ ଓଡ଼ିଶାରେ କରୋନା ଗ୍ରାଫ୍‌ ତଳମୁହାଁ ହୋଇଛି। ପ୍ରତିଦିନ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଚିନ୍ତା ବଢ଼ାଉଛି। ଶୁକ୍ରବାର ରାଜ୍ୟରେ ୨,୮୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ଏହି ସଂଖ୍ୟାରେ ହ୍ରାସ ଘଟିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୨,୩୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧,୩୪୨ଜଣ କ୍ୱାରାଣ୍ଟାଇନ୍‌ରୁ ହୋଇଥିବା ବେଳେ ୯୯୨ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୩୮୦ ଓ କଟକରୁୁ ୩୭୧ଜଣ ରହିଛନ୍ତି। ସେହିପରି ଅନୁଗୋଳରୁ ୬୪, ବାଲେଶ୍ୱର ୧୬୪, ବରଗଡ଼ ୧୭, ଭଦ୍ରକ ୧୨୧, ବଲାଙ୍ଗୀର ୬, ବୌଦ୍ଧ ୧୩, ଦେବଗଡ଼ ୫, ଢ଼େଙ୍କାନାଳ ୩୪, ଗଜପତି ୨, ଗଞ୍ଜାମ ୬, ଜଗତସିଂହପୁର ୧୦୧, ଯାଜପୁର ୧୭୯, ଝାରସୁଗୁଡ଼ା ୬, କଳାହାଣ୍ଡି ୯, କନ୍ଧମାଳ ୨୯, କେନ୍ଦ୍ରାପଡ଼ା ୧୯୬, କେନ୍ଦୁଝର ୫୧, କୋରାପୁଟ ୧୯, ମାଲକାନଗିରି ୧୩, ମୟୁରଭଞ୍ଜ ୧୦୪, ନବରଙ୍ଗପୁର ୭, ନୟାଗଡ଼ ୯୪, ନୂଆପଡ଼ା ୩, ପୁରୀ ୧୦୬, ରାୟଗଡ଼ା ୩୮, ସମ୍ବଲପୁର ୨୧, ସୁବର୍ଣ୍ଣପୁର ୧୨, ସୁନ୍ଦରଗଡ଼ ୮୭ ଓ ଷ୍ଟେଟ ପୁଲରୁ ୭୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୩୭,୪୭୦ରେ ପହଞ୍ଚିଛି। ସେଥିମଧ୍ୟରୁ ୯,୦୬,୫୧୯ଜଣ ସୁସ୍ଥ ହୋଇଥିବା ବେଳେ ୨୬,୩୬୪ସକ୍ରିୟ ମାମଲା ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

Share