ରାଜଧାନୀରେ ହ୍ରାସ ପାଉଛି ସଂକ୍ରମଣ

ଭୁବନେଶ୍ୱର,୮।୫: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଶନିବାର ୧୦୩୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୦୧୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୦୩୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୪ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୮୮୦ ସ୍ଥାନୀୟ ସଂକ୍ରମଣ। ଏନେଇ ବିଏମ୍‌ସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଅନ୍ୟପକ୍ଷେ ଗତ ୨ଦିନ ତୁଳନାରେ ଶନିବାର ଆକ୍ରାନ୍ତଙ୍କ ସଂଖ୍ୟା କିଛି ମାତ୍ରାରେ ହ୍ରାସ ପାଇଛି। ୬ ତାରିଖରେ ରାଜଧାନୀରୁ ୧୧୪୮ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୭ ତାରିଖରେ ୧୦୪୮ ପଜିଟିଭ ଚିହ୍ନଟ ହୋଇଥିଲେ। ବିଏମ୍‌ସି ସୂଚନା ଅନୁସାରେ ନୟାପଲ୍ଲୀ ଏବଂ ପଟିଆରୁ ଶନିବାର ୫୪ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଲକ୍ଷ୍ମୀସାଗର ଓ ଖଣ୍ଡଗିରିରୁ ୪୦, ପୁରୁଣା ଭୁବନେଶ୍ୱରରୁ ୩୭, ଚନ୍ଦ୍ରଶେଖରପୁରରୁ ୩୫, ଡୁମଡୁମାରୁ ୩୩, ରସୁଲଗଡ଼ରୁ ୨୭ ଜଣ, ବରମୁଣ୍ଡା ଅଞ୍ଚଳରୁ ୨୪ କରୋନା ଆକ୍ରାନ୍ତ ହୋଇଛନ୍ତି।

Share