ନୂଆଦିଲ୍ଲୀ,୨ା୧୧(ପି.ଟି.): ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ରବିବାର ସକାଳ ସୁଦ୍ଧା ୮୧.୮୪ ଲକ୍ଷରେ ପହଞ୍ଚତ୍ଛି। ତେବେ ସେପ୍ଟେମ୍ବର ତୁଳନାରେ ଅକ୍ଟୋବରରେ ନୂଆ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ପାଖାପାଖି ୩୦ ପ୍ରତିଶତ ହ୍ରାସ ପାଇଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ୭୪.୯୧ ଲକ୍ଷ ଲୋକ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଗୋଟିଏ ଦିନରେ ୪୬,୯୬୩ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୧,୮୪,୦୮୨ରେ ପହଞ୍ଚତ୍ଛି। ସେହିପରି ୨୪ ଘଣ୍ଟାରେ ୪୭୦ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବାବେଳେ ମୋଟ ମୃତ୍ୟୁସଂଖ୍ୟା ୧,୨୨,୧୧୧କୁ ବୃଦ୍ଧି ପାଇଛି। ଅକ୍ଟୋବର ପ୍ରଥମ ସପ୍ତାହରୁ ନୂଆ ମାମଲା ହ୍ରାସ ପାଇବା ଆରମ୍ଭ ହୋଇଥିଲା। ସେପ୍ଟେମ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୬,୨୧,୪୧୮ ଥିବାବେଳେ ଅକ୍ଟୋବରରେ ଏହା ୧୮,୭୧,୪୯୮କୁ ହ୍ରାସ ପାଇଛି। ଜାତୀୟ ସ୍ତରରେ ଆରୋଗ୍ୟ ହାର ୯୧.୫୪ ଥିବାବେଳେ ମୃତ୍ୟୁହାର ୧.୪୯ ରହିଛି। କ୍ରମାଗତ ତୃତୀୟ ଦିନ ପାଇଁ ସକ୍ରିୟ ମାମଲା ସଂଖ୍ୟା ୬ ଲକ୍ଷରୁ କମ୍ ରହିଛି।