ରାଜ୍ୟରେ ପୁଣି ବଢିଲା ସଂକ୍ରମଣ

ଭୁବନେଶ୍ୱର,୧୪।୭(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୨୦୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୯୨ ଜଣ କ୍ୱାରାଣ୍ଟାଇନ୍‌ ଥିଲେ। ବାକି ୮୮୨ଟି ହେଉଛି ଲୋକାଲ କେସ। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୪୩ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୮୩ ଜଣ ଚିହ୍ନଟ ହୋଇଛନ୍ତି।
୨୦୭୪ଟି ନୂଆ କେସ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୫ ହଜାର ୭୪୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୧୮ହଜାର ୦୪୧ ଜଣ ସୁସ୍ଥ ହୋଇସାରିଛନ୍ତି। ୨୨ ହଜାର ୮୬୦ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।

Share