ଭାରତରେ ବିସ୍ଫୋରକ ହେବ ସଂକ୍ରମଣ

ନୂଆଦିଲ୍ଲୀ, ୩୦।୧୨: କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଆସିବା ପରେ ଭାରତରେ ଗତ କିଛିଦିନ ହେଲା କୋଭିଡ୍‌ ସଂକ୍ରମଣ ବଢ଼ିଚାଲିଛି। ଆଗାମୀ ଦିନରେ ଏହା ଅତ୍ୟଧିକ ବୃଦ୍ଧି ପାଇବ। ତେବେ ଏହି ଲହର ଅଳ୍ପଦିନ ପାଇଁ ରହିବ ବୋଲି କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଅଧ୍ୟୟନରେ କୁହାଯାଇଛି। ଉକ୍ତ ବିଶ୍ୱବିଦ୍ୟାଳୟର ଜଜ୍‌ ବିଜ୍‌ନେସ୍‌ ସ୍କୁଲ୍‌ ପ୍ରଫେସର ପଲ୍‌ କଟ୍ଟୁମାନଙ୍କ କହିବା ଅନୁଯାୟୀ ଭାରତରେ କିଛି ଦିନ ମଧ୍ୟରେ ଦୈନିକ ସଂକ୍ରମଣରେ ବିସ୍ଫୋରକ ବୃଦ୍ଧି ଘଟିବାକୁ ଯାଉଛି। ସେ ଓ ତାଙ୍କ ଗବେଷକ ଟିମ୍‌ ପ୍ରସ୍ତୁତ କରିଥିବା କୋଭିଡ୍‌-୧୯ ଇଣ୍ଡିଆ ଟ୍ରାକରରୁ ଏହା ଜଣାପଡ଼ିଛି। ଚଳିତ ସପ୍ତାହରୁ ସମ୍ଭବତଃ ସଂକ୍ରମଣ ବଢ଼ିବ ଏବଂ ଏହା କେତେ ବୃଦ୍ଧି ହେବ ତାହା ପୂର୍ବାନୁମାନ କରିବା କଷ୍ଟକର ବୋଲି କଟ୍ଟୁମାନ କହିଛନ୍ତି। ଗତ ୨୪ ତାରିଖରେ ଭାରତର ୫ଟି ରାଜ୍ୟରେ ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା। ୨୬ ବେଳକୁ ଏହା ୧୧ଟି ରାଜ୍ୟକୁ ବ୍ୟାପିଥିବା ଟ୍ରାକରରେ ଦର୍ଶାଯାଇଛି। ବୁଧବାର ଭାରତରେ ୯,୧୯୫ ନୂଆ ମାମଲା ଚିହ୍ନଟହୋଇଛି ଯାହା କି ଗତ ୩ ସପ୍ତାହ ମଧ୍ୟରେ ସର୍ବାଧିକ। ଏହାକୁ ମିଶାଇ ଭାରତରେ ମୋଟ ସଂକ୍ରମଣ ୩.୪୮ କୋଟିରେ ପହଞ୍ଚତ୍ଛି। ସେହିପରି ଦେଶରେ କୋଭିଡ୍‌ ଜନିତ ମୃତ୍ୟୁସଂଖ୍ୟା ୪,୮୦,୫୯୨କୁ ବୃଦ୍ଧି ପାଇଛି। ଭାରତରେ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ୭୮୧ରେ ପହଞ୍ଚତ୍ଲାଣି।
ସଂକ୍ରମଣ ବଢ଼ିବାରୁ ସରକାର ୧୫ରୁ ୧୮ ବର୍ଷର ପିଲାଙ୍କୁ କୋଭିଡ୍‌ ଟିକା ଦେବା ସହ ସ୍ବାସ୍ଥ୍ୟସେବା କର୍ମଚାରୀ, ସମ୍ମୁଖ ଯୋଦ୍ଧା ଏବଂ ବହୁବିଧ ରୋଗ ଥିବା ୬୦ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ବୁ୍‌ଷ୍ଟର ଡୋଜ୍‌ ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି। ଆଉ ଦୁଇଟି ଟିକା ଏବଂ ଆଣ୍ଟି ଭାଇରାଲ ଔଷଧ ମୋଲନୁପିରାଭିର୍‌କୁ ବ୍ୟବହାରିକ ମଞ୍ଜୁରୀ ପ୍ରଦାନ କରାଯାଇଛି। ସଂକ୍ରମଣ ରୋକିବା ଲାଗି ବିଭିନ୍ନ ରାଜ୍ୟ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ଦିଲ୍ଲୀ ସରକାର ସିନେମା ହଲ୍‌, ସ୍କୁଲ୍‌, ଜିମ୍‌ ଆଦି ବନ୍ଦ ରଖିବା ସହ ଜନ ସମାବେଶ ଉପରେ କଟକଣା ଲଗାଇଛନ୍ତି। ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଛି।
ଗତ ଏପ୍ରିଲ୍‌-ମେ’ରେ ଭାରତରେ କୋଭିଡ୍‌ର ଦ୍ୱିତୀୟ ଲହର ଶୀର୍ଷ ଛୁଇଁଥିଲା। ଦୈନିକ ସଂକ୍ରମଣ ୪ ଲକ୍ଷ ଅତିକ୍ରମ କରିବା ସହ ବହୁ ଲୋକଙ୍କ ଜୀବନ ନେଇଥିଲା ମହାମାରୀ। ହସ୍ପିଟାଲରେ ରୋଗୀ ଚିକିତ୍ସା ପାଇଁ ବେଡ୍‌ ଅଭାବ ଦେଖାଯାଇଥିଲା। ଅକ୍ସିଜେନ୍‌ ଅଭାବରୁ ବହୁ ଲୋକଙ୍କ ଜୀବନ ଯାଇଥିଲା। ମେ’ ବେଳକୁ ଦ୍ୱିତୀୟ ଲହର ଶୀର୍ଷରେ ପହଞ୍ଚତ୍ବ ଏବଂ ଅଗଷ୍ଟରୁ କମିବା ଆରମ୍ଭ ହେବ ବୋଲି କେମ୍ବ୍ରିଜ୍‌ ଇଣ୍ଡିଆ ଟ୍ରାକର ପୂର୍ବାନୁମାନ କରିଥିଲା।

 

୧୧% ବଢ଼ିଛି କୋଭିଡ୍‌ ମାମଲା

ଗତ ସପ୍ତାହରେ ସାରା ବିଶ୍ୱରେ କୋଭିଡ୍‌ ସଂକ୍ରମଣ ୧୧ ପ୍ରତିଶତ ବୃଦ୍ଧି ପାଇଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି। ଆମେରିକାରେ ଦୈନିକ ସଂକ୍ରମଣ ସର୍ବାଧିକ ବଢ଼ିଛି। ଡିସେମ୍ବର ୨୦ରୁ ୨୬ ମଧ୍ୟରେ ବିଶ୍ୱରେ ୪୯.୯ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କେବଳ ୟୁରୋପରେ ୨୮.୪ ଲକ୍ଷ ଆକ୍ରାନ୍ତ । ଡବ୍ଲ୍ୟୁଏଚ୍‌ଓ ରିପୋର୍ଟ ଅନୁଯାୟୀ ଆମେରିକାରେ ସଂକ୍ରମଣ ୩୯ ପ୍ରତିଶତ ବୃଦ୍ଧି ପାଇ ପ୍ରାୟ ୧୪.୮ ଲକ୍ଷରେ ପହଞ୍ଚତ୍ଛି। ସେହିପରି ଆଫ୍ରିକାରେ ସଂକ୍ରମଣ ୭ ପ୍ରତିଶତ ବୃଦ୍ଧି ପାଇ ଗତ ସପ୍ତାହରେ ୨,୭୫,୦୦୦ ହୋଇଛି। ଅନ୍ୟ ପକ୍ଷରେ ଗତ ସପ୍ତାହରେ କୋଭିଡ୍‌ ଜନିତ ମୃତ୍ୟୁ ୪ ପ୍ରତିଶତ ହ୍ରାସ ପାଇଥିବା ଡବ୍ଲ୍ୟୁଏଚ୍‌ଓ କହିଛି। ଓମିକ୍ରନ୍‌ ଭାରିଆଣ୍ଟ ଡେଲ୍ଟା ତୁଳନାରେ ଅଧିକ ଦ୍ରୁତ ବେଗରେ ସଂକ୍ରମିତ ହେଉଥିବାର ପ୍ରମାଣ ମିଳିଛି। ଏହି ଭାରିଆଣ୍ଟ ପ୍ରଥମେ ଚିହ୍ନଟ ହୋଇଥିବା ଦକ୍ଷିଣ ଆଫ୍ରିକାରେ ଏବେ ସଂକ୍ରମଣ ହ୍ରାସ ପାଇଛି। ବ୍ରିଟେନ୍‌ ଓ ଡେନ୍‌ମାର୍କରେ ଓମିକ୍ରନ୍‌ ସଂକ୍ରମଣ ବଢ଼ୁଥିଲେ ହେଁ କମ୍‌ ଲୋକ ହସ୍ପିଟାଲରେ ଭର୍ତ୍ତି ହେଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ବୟାନ, ପୁଣି ପାଣ୍ଡିଆନଙ୍କ ବଢାଇଲା ଚର୍ଚ୍ଚା, ଏବେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୦।୪: ଓ୍ବକଫ୍‌ ପ୍ରସଙ୍ଗ ପରେ ଏବେ ବିଜେଡିକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଓ୍ବକଫ୍‌ ବିଲ୍‌କୁ ନେଇ ବିଜେଡି ଏମପିଙ୍କ ମଧ୍ୟରେ ଯେଉଁ ମତଭେଦ...

ଶୁଭାରମ୍ଭ ଅପେକ୍ଷାରେ ‘ଆୟୁଷ୍ମାନ ଯୋଜନା’: ଉପକୃତ ହେବେ ହଜାର ହଜାର ହିତାଧିକାରୀ

ଦାରିଙ୍ଗବାଡ଼ି,୧୦ା୪(ଅରୁଣ ସାହୁ): ଆଉ ମାତ୍ର ୨୪ ଘଣ୍ଟାର ଅପେକ୍ଷା। ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକାର୍ପଣ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ...

ବଲାଙ୍ଗୀର ଭୀମଭୋଇ ହସ୍ପିଟାଲରୁ ବିକ୍ରି ହୋଇଥିବା ଶିଶୁପୁତ୍ର ଉଦ୍ଧାର, ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥାକୁ ପଠାଗଲା

ବଲାଙ୍ଗୀର, ୧୦।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ନବଜାତ ଶିଶୁପୁତ୍ର ବିକ୍ରି ଅଭିଯୋଗ ହୋଇଥିଲା। ଏହି ଘଟଣା ପ୍ରଘଟ ହେବାର କିଛି...

ପାଣ୍ଡିଆନଙ୍କ ଗୁମର ଖୋଲିଦେଲେ ପ୍ରଭାତ, କହିଲେ ଭୟଙ୍କର ଷଡଯନ୍ତ୍ର

ଭୁବନେଶ୍ୱର,୧୦।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବୟାନ ପରେ ଏବେ ରାଜ୍ୟ ରାଜନୀତି ଉଠୁଛି ପଡୁଛି। ଓ୍ବକଫ ବିଲ ପ୍ରସଙ୍ଗରେ ଭି.କେ. ପାଣ୍ଡିଆନଙ୍କୁ ନେଇ ଆକ୍ଷେପ...

ମା’ ଦକ୍ଷିଣକାଳୀଙ୍କ ଦଣ୍ଡଯାତ୍ରା: ଭକ୍ତଙ୍କୁ ଆକୃଷ୍ଟ କରୁଛି ଧୂଳିଦଣ୍ଡ

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇଥିବା ଗଞ୍ଜାମ ଜିଲା ପ୍ରସିଦ୍ଧ ମା’ କାଳୀଙ୍କ ଦଣ୍ଡଯାତ୍ରା ପର୍ବ ଆସନ୍ତା ମେରୁ ସଂକ୍ରାନ୍ତିରେ ଶେଷ ହେବ। ବିଭିନ୍ନ...

Vastu Dosh: ସର୍ବଦା ମା’ ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଛନ୍ତି କି?ଭୁଲ୍‌ରେ ବି ଘରେ କରନ୍ତୁ ନାହିଁ ଏହି ଗୋଟିଏ କାମ…

ମା’ ଲକ୍ଷ୍ମୀ ସ୍ବଭାବରେ ଚଞ୍ଚଳ ଏବଂ କ୍ରୋଧୀ। ଯେଉଁ ଘରେ ଲକ୍ଷ୍ମୀ ବାସ କରନ୍ତି, ସେଠାରେ ସୁଖ, ଧନ, ସମୃଦ୍ଧି, ବିଳାସର ଅଭାବ ହୁଏ ନାହିଁ।...

ଭାଇରାଲ ହେଉଛି ପାଣ୍ଡିଆନଙ୍କ ଭିଡିଓ, ସେଦିନ ପ୍ରଭାତଙ୍କୁ କହିଥିଲେ…

ଭୁବନେଶ୍ୱର,୧୦।୪: ସଂସଦର ଉଭୟ ସଦନରେ ଓ୍ବକଫ ବିଲ ପାରିତ ହୋଇ ବିଜ୍ଞପ୍ତି ହୋଇସାରିଲାଣି। ହେଲେ ରାଜ୍ୟ ସଭାରେ ବିଜେଡିର ବିବେକାନୁମୋଦିତ ମତଦାନ ପ୍ରସଙ୍ଗକୁ ନେଇ ସୃଷ୍ଟି...

ଜାଲ୍‌ନୋଟ୍‌ କାରବାର ଚାଲିଥିବାବେଳେ ଜବତ କଲା STF

ଟିଟିଲାଗଡ଼,୧୦ା୪(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବୈଷ୍ଣବଦେବୀ ମନ୍ଦିର ସମ୍ମୁଖରେ ଜାଲ୍‌ ନୋଟ୍‌ କାରବାର ଚାଲିଥିବା ବେଳେ ମାଡ଼ିବସିଛି ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌)। ଏସ୍‌ଟିଏଫ୍‌ ଟିମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image