ଭୁବନେଶ୍ୱର,୨୦।୧(ବ୍ୟୁରୋ): ରାଜ୍ୟରେ ସଂକ୍ରମଣ ଏବେ ସ୍ଥିର ରହିଛି । ପ୍ରଥମେ ଯେଉଁ ଗତିରେ ସଂକ୍ରମଣ ବଢ଼ୁଥିଲା ସେଥିରେ କମ୍ ଆସିଛି । ଯାହା ଆମ ପାଇଁ ଆଶ୍ୱାସନାର ବିଷୟ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ବର୍ତ୍ତମାନ ସ୍ଥିତିରେ ୮୮ ହଜାର ଆକ୍ଟିଭ୍ କେସ ରହିଛି । କିନ୍ତୁ ମାତ୍ର ୧୨୩୦ ଲୋକ ହସ୍ପିଟାଲରେ ଅଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚାରୋଟି ଜିଲା ସୁନ୍ଦରଗଡ଼, ଖୋର୍ଦ୍ଧା, କଟକ ଏବଂ ସମ୍ବଲପୁରରେ ସଂକ୍ରମଣ ଅଧିକ ରହିଛି । ସ୍ଥାନୀୟ ପ୍ରଶାସନ, ସ୍ବାସ୍ଥ୍ୟ ଟିମକୁ ସର୍ଭେଲାନ୍ସ ବଢେଇବାକୁ କୁହାଯାଇଛି । ଏ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଚାପ ପଡି ନାହିଁ । ଆଇସିୟୁରେ ମଧ୍ୟ ରୋଗୀ ନାହାନ୍ତି । ଅକ୍ସିଜେନ ଆବଶ୍ୟକତା ନ ଥିବାରୁ ସାମଗ୍ରିକ ଭାବରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।