Advertisement

ସଂକ୍ରାମକ ରୋଗକୁ ନେଇ ବ୍ରିଟେନରେ ଆଲର୍ଟ ଜାରି, ୧୦୦ଦିନ ପର୍ଯ୍ୟନ୍ତ ଲାଗି ରହୁଛି କାଶ

ଲଣ୍ଡନ,୧୦।୧୨: ବ୍ରିଟେନର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଅତ୍ୟଧିକ ସଂକ୍ରାମକ ରୋଗ ବିଷୟରେ ସତର୍କ ସୂଚନା ଜାରି କରିଛନ୍ତି ଏବଂ ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି। ଏହି ନୂଆ ରୋଗ ହେଉଛି ‘ପର୍ଟୁସିସ ବା ହ୍ବିପିଙ୍ଗ କାଶ’। ଏହି ରୋଗରେ ରୋଗୀମାନେ ୧୦୦ଦିନ ଧରି କାଶ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରାରମ୍ଭରେ ସାଧାରଣ ଶୀତର ଲକ୍ଷଣ ଦେଖାଯାଏ ଏବଂ ତା’ପରେ କାଶର ସମସ୍ୟା ଦେଖାଯାଏ, ଯାହା ତିନିମାସ କିମ୍ବା ପ୍ରାୟ ୧୦୦ଦିନ ପର୍ଯ୍ୟନ୍ତ ରହିଥାଏ।

ବ୍ରିଟେନର ସ୍ବାସ୍ଥ୍ୟ ସୁରକ୍ଷା ଏଜେନ୍ସି କହିଛି ଯେ ଜୁଲାଇରୁ ନଭେମ୍ବର ମଧ୍ୟରେ ଦେଶରେ ୭୧୬ଟି ପେର୍ଟୁସିସ ରୋଗ ଦେଖିବାକୁ ମିଳିଥିଲା। ଏହି ରୋଗରେ ଫୁସଫୁସରେ ସଂକ୍ରମଣ ହୁଏ। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ କରୋନା ମହାମାରୀ ସମୟରେ ଏହି ରୋଗର ପରିମାଣ ହ୍ରାସ ପାଇଥିଲା କାରଣ ସେହି ସମୟ ମଧ୍ୟରେ ଲୋକମାନେ ସାମାଜିକ ଦୂରତାକୁ ବା ସୋସିଆଲ ଡିଷ୍ଟାନସିଂ ଅନୁସରଣ କରିଥିଲେ ଏବଂ ସେ ସମୟରେ ଲକଡାଉନ ଥିଲା। ବର୍ତ୍ତମାନ କରୋନା ମହାମାରୀ ଆରମ୍ଭ ହେବା ପରେ ପେର୍ଟୁସିସ ରୋଗ ପୁଣି ବଢିବାରେ ଲାଗିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share