Categories: ଜାତୀୟ

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୨ ପାକିସ୍ତାନୀ ଅନୁୁପ୍ରବେଶକାରୀ ମୃତ…

ଜୟପୁର,୨।୫ : ରାଜସ୍ଥାନର ବାଡମେର୍‌ ଜିଲାରେ ସୀମା ସୁରକ୍ଷା ବଳ (ବିଏସଏଫ) ପକ୍ଷରୁ ଭାରତ-ପାକିସ୍ତାନ ସୀମାରେ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରାଯାଇଛି। ଏଥିରେ ଦୁଇ ଜଣ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ମୃତ୍ୟୁ ଘଟିଛି। ଗଡରା ରୋଡ ପୋଲିସ ଷ୍ଟେଶନ ଅଧୀନରେ ଥିବା ବାଡମେରୱାଲା ପୋଷ୍ଟ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପାକିସ୍ତାନ ପଟୁ ୨ ଜଣ ସନ୍ଦିଗ୍ଧ ତାରବାଡ଼ ପାର ହେଉଥିବାବେଳେ ବିଏସଏଫ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ମାତ୍ର ସେମାନେ ବିଏସଏଫ ଉପରକୁ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ବିଏସଏଫ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା।

ବିଏସଏଫ ଅଧିକାରୀଙ୍କ ଏ ସମ୍ପର୍କରେ ସୂଚନା ଦେଇ ଅତିରିକ୍ତ ପୋଲିସ ଅଧୀକ୍ଷକ ସତ୍ୟେନ୍ଦ୍ର ପାଲ ସିଂ କହିଛନ୍ତି , ଗଡରାରୋଡ ପୋଲିସ ଷ୍ଟେଶନ ଅଞ୍ଚଳରେ ବିଏସଏଫ ଦ୍ୱାରା ଦୁଇଜଣ ଅନୁପ୍ରବେଶକାରୀଙ୍କୁ ହତ୍ୟା କରାଯାଇଛି।

ସେ କହିଛନ୍ତି, ସୀମାରେ ଏହି କାର୍ଯ୍ୟ ସମ୍ପର୍କରେ ସୂଚନା ପାଇବା ପରେ ବିଏସଏଫ ଏବଂ ପୋଲିସର ଉଚ୍ଚ ପଦାଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। କୁହାଯାଉଛି ଏହା ସୋମବାର (ମେ ୨) ବିଳମ୍ବିତ ରାତିରେ କରାଯାଇଥିଲା। ଅନୁପ୍ରବେଶକାରୀଙ୍କ ଦ୍ୱାରା ଡ୍ରଗ୍ସ ଭାରତକୁ ଆସୁଥିବା ଗୁପ୍ତ ସୂଚନା ମିଳିଥିଲା।

Share