Posted inଜାତୀୟ

ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୨ ଆତଙ୍କବାଦୀ ନିହତ

ଶ୍ରୀନଗର,୫।୧୦: ଜମ୍ମୁ କଶ୍ମୀରରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କ ଯୋଜନା ପଣ୍ଡ ହୋଇଛି। ସୁରକ୍ଷା ବାହିନୀ ଦ୍ୱାରା ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ସୂଚନାନୁସାରେ, କୁପୱାଡାରେ ସୁରକ୍ଷା ବାହିନୀ ଦ୍ୱାରା ସୀମା ଆରପାରିକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ। ବର୍ତ୍ତମାନ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ସୂଚନାଯୋଗ୍ୟ, ଗତ କିଛି ମାସ ମଧ୍ୟରେ ଘାଟିରେ ସୀମା ପାର ହୋଇ ଅନୁପ୍ରବେଶ ଉଦ୍ୟମ ବୃଦ୍ଧି ପାଇଛି, କିନ୍ତୁ ସୀମାରେ ନିୟୋଜିତ ଭାରତୀୟ ସୈନିକମାନେ ଆତଙ୍କବାଦୀଙ୍କ ପ୍ରତ୍ୟେକ ଉଦ୍ୟମକୁ ବାଧା ଦେଉଛନ୍ତି।

ସୂଚନାଯୋଗ୍ୟ, ଶୁକ୍ରବାର ସୁରକ୍ଷା ବାହିନୀ କୁପୱାଡାରେ ଅନୁପ୍ରବେଶ କରିବାକୁ କିଛି ଆତଙ୍କବାଦୀଙ୍କ ଉଦ୍ୟମ କରୁଥିବା ଖବର ପାଇଥିଲେ। ଏହି ସୂଚନା ଆଧାରରେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷା ବାହିନୀ କିଛି ସନ୍ଦେହଜନକ କାର୍ଯ୍ୟକଳାପକୁ ଲକ୍ଷ୍ୟ କରିଥିଲେ, ଯେଉଁଥିରେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହା ପରେ ସୁରକ୍ଷା ବାହିନୀ ମଧ୍ୟ ପ୍ରତିଶୋଧ ନେଇ ଆତଙ୍କବାଦୀଙ୍କ ଉପରକୁ ଗୁଳି ଚଳାଇଥିଲା। ଏହା ପରେ ଗୁଳି ବିନିମୟ ଏକ ଏନକାଉଣ୍ଟରରେ ପରିଣତ ହୋଇଥିଲା। ଯେଉଁଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ କାହିଁକି ଟ୍ରେନିଂ ନେବାକୁ ଚାହୁଁଛନ୍ତି ଇସ୍ରାଏଲ ସୁରକ୍ଷା କର୍ମୀ? ପୋଲିସକୁ ମାଗିଲେ ସ୍ଥାନ

ନୂଆଦିଲ୍ଲୀ,୫।୧୦: ମଧ୍ୟ ପୂର୍ବର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ଏହି ଅଞ୍ଚଳରେ ଆଉ ଏକ ଯୁଦ୍ଧ...

ଯଦି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ଅନୁମତି ଦିଆ ନ ଯାଏ, ତେବେ…

ନୂଆଦିଲ୍ଲୀ,୫।୧୦: ଲଦ୍ଦାଖର ଜଳବାୟୁ କାର୍ଯ୍ୟକର୍ତ୍ତା ବା କ୍ଲାଇମେଟ ଆକ୍ଟିଭିଷ୍ଟ ସୋନମ ୱାଙ୍ଗଚୁକ ପୁଣି ଥରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଘୋଷଣା କରିଛନ୍ତି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ...

ଭାଜପାର ବଡ଼ ଆକ୍ସନ: ଦଳରୁ ବିଦା ହେଲେ ୪ ବଡ଼ ନେତା

ଚଣ୍ଡିଗଡ,୫।୧୦: ହରିୟାଣାରେ ଆଜି ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ଅପରପକ୍ଷରେ ଭାଜପା ଚାରିଜଣ ନେତାଙ୍କୁ ଦଳରୁ ବହିଷ୍କାର କରିଛି। ଏହି ଚାରିଜଣ ହିସାର ବିଧାନସଭା ଠାରୁ...

‘ଯୁବକ ଯଦି ହୁଡିଯାଆନ୍ତି ତେବେ ଦେଶର ଅବସ୍ଥା,’ଆପତ୍ତିଜନକ ବୟାନକୁ ନେଇ…

ନୂଆଦିଲ୍ଲୀ,୫।୧୦: ଉତ୍ତରପ୍ରଦେଶର ଗାଜିଆବାଦରେ ଏକ କାର୍ଯ୍ୟକ୍ରମରେ ମହନ୍ତ ୟତି ନରସିଂହାନନ୍ଦ ପୈଙ୍ଗାମ୍ବର ମହମ୍ମଦ ଏବଂ କୁରାନ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି, ଯାହା ପରେ ସାରା...

ଶ୍ରୀଲଙ୍କା ସହ ମିଶି ଚାଇନାକୁ ପାନେ ଦେବ ଭାରତ: ଜୟଶଙ୍କରଙ୍କୁ ଭେଟିବା ପରେ ଶ୍ରୀଲଙ୍କା ରାଷ୍ଟ୍ରପତି କହିଲେ…

ନୂଆଦିଲ୍ଲୀ,୫।୧ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଅନୁରା କୁମାରା ଡିସାନାଇକେଙ୍କୁ ଭେଟିଛନ୍ତି। ଏହି ସମୟରେ ଦୁଇ ଦେଶ ମଧ୍ୟରେ ଚାଲିଥିବା...

ଡଲ୍‌ଫିନ୍‌ ହସିପାରନ୍ତି

ନୂଆଦିଲ୍ଲୀ,୫ା୧୦(ପି.ଟି.): ଡଲ୍‌ଫିନ୍‌ଗୁଡ଼ିକ ଖେଳିବା ସମୟରେ ପାଟି ଖୋଲା ରଖି ପରସ୍ପରକୁ ସେମାନଙ୍କ ଭାବନା ବ୍ୟକ୍ତ କରିଥାନ୍ତି। ଅନେକ ସମୟରେ ସେମାନଙ୍କର ଏହି ଅଭିବ୍ୟକ୍ତି ‘ହସ’ ହୋଇପାରେ ବୋଲି...

ସରକାର ବିରୋଧୀ ଲେଖା ପାଇଁ ଖବରଦାତାଙ୍କ ନାଁରେ ମାମଲା କରନାହିଁ

ନୂଆଦିଲ୍ଲୀ,୫ା୧୦: ସରକାରଙ୍କ ପ୍ରତି ସମାଲୋଚନାମୂଳକ ଲେଖା ପାଇଁ ଖବରଦାତାଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ନ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ଉତ୍ତରପ୍ରଦେଶ ସରକାରଙ୍କୁ ତାଗିଦ କରିଛନ୍ତି।...

ଅମେଠିରେ ଦଳିତ ପରିବାରର ୪ ଜଣଙ୍କୁ ହତ୍ୟା

ଆମେଠି,୫ା୧୦(ପି.ଟି.): ଉତ୍ତରପ୍ରଦେଶର ଅମେଠିରେ ଜଣେ ସ୍କୁଲ ଶିକ୍ଷକ, ତାଙ୍କ ସ୍ତ୍ରୀ ଓ ୨ ଝିଅଙ୍କୁ ସେମାନଙ୍କ ଭଡ଼ାଘରେ ଗୁରୁବାର ଗୁଳିକରି ହତ୍ୟା କରାଯାଇଛି। ସେମାନଙ୍କ ପ୍ରତି ଯଦି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri