Categories: ଜାତୀୟ

କୁପଓ୍ବାରାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୩ ଆତଙ୍କବାଦୀ ନିହତ…

ଶ୍ରୀନଗର, ୨୬।୫ : ଜମ୍ମୁ-କଶ୍ମୀରର କୁପଓ୍ବାରାରେ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ସୁରକ୍ଷାର୍କମୀଙ୍କ ଏନ୍‌କାଉଣ୍ଟରରେ ଗୁରୁବାର ସକାଳେ ତିନି ଜଣ ଲଶ୍କର-ଇ-ତୋଏବା ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଆଇଜିପି କଶ୍ମୀର ବିଜୟ କୁମାର ଏହି ସୂଚନା ଦେଇଛନ୍ତି। ଆଇଜିପି କହିଛନ୍ତି, ନିହତ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଉଛି। ସେମାନଙ୍କଠାରୁ ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ଜମ୍ମୁ କଶ୍ମୀର ପୋଲିସ କହିଛି ଯେ କୁପୱାରାର ଜୁମାଗୁଣ୍ଡ ଗାଁରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ନେଇ ଏକ ନିର୍ଦ୍ଦିଷ୍ଟ ଇନପୁଟ ଆଧାରରେ ଅପରେଶନ ଆରମ୍ଭ କରାଯାଇଥିଲା। ଆତଙ୍କବାଦୀଙ୍କ ପାଇଁ ସତର୍କ ସୂଚନା ଜାରି ପରେ ସେଠାରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା।

Share