Categories: ଜାତୀୟ

ଏଲ୍‌ଓସିରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଭୟରେ ଦୌଡ଼ିଲେ ୫ ଆତଙ୍କବାଦୀ

ଶ୍ରୀନଗର, ୨୭।୯: ଏଲ୍‌ଓସିରେ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ଜମ୍ମୁ-କଶ୍ମୀରର ସାମ୍ବା ଜିଲାର ଚଘଓ୍ବାଲ ସେକ୍ଟରର ମଙ୍ଗୁଚାକ୍‌ ବର୍ଡର ପୋଷ୍ଟ ନିକଟରେ ସୀମା ପାର ହୋଇ ଅନୁପ୍ରବେଶ ପ୍ରୟାସ ବିଏସ୍‌ଏଫ୍‌ ଯୋଗୁ ବିଫଳ ହୋଇଥିବା ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ୫ ଜଣ ଆତଙ୍କବାଦୀ ଏଲ୍‌ଓସି ଅତିକ୍ରମ କରୁଥିବା ବିଏସ୍‌ଏଫ୍‌ ପାଟ୍ରୋଲିଂ ଦଳ ଦେଖିଥିଲେ। ବିଏସ୍‌ଏଫ୍‌ ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରାଯାଇଥିଲା। ତେବେ ଆତଙ୍କବାଦୀମାନେ ଏହାକୁ ମାନି ନ ଥିଲେ। ଏହାର ସୁଯୋଗରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟରୁ ଭାରତୀୟ ପୋଷ୍ଟ ଉପରେ ମୋର୍ଟାର ଶେଲିଂ ମାଡ଼ କରାଯାଇଥିଲା। ବିଏସ୍‌ଏଫ୍‌ ପକ୍ଷରୁ ଏହାର ଜବାବରେ ପାଲଟା ଗୁଳି ଚାଳନା କରାଯାଇଥିଲା। ଭୟରେ ଆତଙ୍କବାଦୀମାନେ ଦୌଡ଼ି ପାକିସ୍ତାନ ସୀମାରେ ପ୍ରବେଶ କରିଥିଲେ ବୋଲି ଭାରତୀୟ ପୋଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।

Share