Categories: ଜାତୀୟ

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଜଣେ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର,୮।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ଭାରତୀୟ ସେନାଙ୍କ ସର୍ଚ୍ଚ ଅପରେଶନରେ ଜଣେ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। କୁପଓ୍ବାରା ଜିଲାର ମାଛିଲି ସେକ୍ଟରଠାରେ ପାକିସ୍ତାନ ପଟୁ କିଛି ଆତଙ୍କବାଦୀ ଅନୁପ୍ରବେଶ କରୁଥିଲେ। ଭାରତୀୟ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଏନେଇ ସତର୍କ ସୂଚନା ଜାରି କରାଯାଇଥିଲା। ତେବେ ଆତଙ୍କବାଦୀମାନେ ଏହାକୁ ଖାତିର କରି ନ ଥିଲେ। ଫରଓ୍ବାର୍ଡ ପୋଷ୍ଟରୁ ଗୁଳି ଚାଳନା କରାଯାଇଥିବା ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟ ଆତଙ୍କବାଦୀମାନେ ଦୌଡ଼ି ପାକିସ୍ତାନ ସୀମାରେ ପଶି ଯାଇଥିଲେ। ମୃତ ଆତଙ୍କବାଦୀଙ୍କଠାରୁ ଏକେ-୪୭ ଏବଂ ୨ଟି ବ୍ୟାଗ୍‌ ଜବତ କରାଯାଇଛି। ବରଫାପାତର ସୁଯୋଗ ନେଇ ପାକିସ୍ତାନ ସୈନ୍ୟ ବାହିନୀ ପକ୍ଷରୁ ଲଞ୍ଚ୍‌ପ୍ୟାଡ୍‌ରୁ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବାର ଉଦ୍ୟମ କରାଯାଉଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Share