Posted inଜାତୀୟ

ମଣିପୁର ହିଂସା ପାଇଁ ମ୍ୟାନମାରରୁ ଅନୁପ୍ରବେଶ ଦାୟୀ: ରାମଦାସ ଅଠାଓ୍ବଲେ…

ପାଟନା,୨୯।୭ : ବିହାରର ମୁଙ୍ଗର ଗସ୍ତରେ ଯାଇଥିବା କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାଓ୍ବଲେ ମଣିପୁରରେ ହୋଇଥିବା ହିଂସା ଘଟଣାରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ନେଇ ସନ୍ଦେହ ପ୍ରକଟ କରିଛନ୍ତି। ମ୍ୟାନମାରରୁ ମଣିପୁରରେ ଅନୁପ୍ରବେଶ କରି ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି। ମଣିପୁର ଉପରେ ସରକାର ତୀକ୍ଷଣ ନଜର ରଖିଛନ୍ତି। ଆମେ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ କିନ୍ତୁ ବିରୋଧୀଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଡାକିବାରେ ଜିଦ ଧରି ସଂସଦର ସମୟ ନଷ୍ଟ କରୁଛନ୍ତି।

ମଣିପୁରରେ ହୋଇଥିବା ହିଂସାକୁ ରୋକିବା ପାଇଁ ରାଜ୍ୟ ସରକାର ମଧ୍ୟ ନିରନ୍ତର ଉଦ୍ୟମ କରୁଛନ୍ତି। ମଣିପୁରର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚାଲିଛି। ମହିଳାମାନଙ୍କ ସହିତ ଘଟିଥିବା ଘଟଣା ହେଉଛି ଏକ ଘଟଣା ଯାହା ମାନବିକତାକୁ କଳଙ୍କିତ କରିଛି। ଦେଶରେ ଏଭଳି ଘଟଣା ଘଟିବା ଉଚିତ ନୁହେଁ। ରାଜ୍ୟ ତଥା କେନ୍ଦ୍ର ସରକାର ଏଭଳି ଘଟଣା ଉପରେ ନିରନ୍ତର ନଜର ରଖିଛନ୍ତି। ଆମେ ଉଭୟ ସମାଜକୁ ଥରେ ବସି ପାରସ୍ପରିକ ସମ୍ମତି ସହିତ ସମାଧାନ ଖୋଜିବାକୁ ନିବେଦନ କରୁଛୁ। ସରକାର ଉଭୟ ସମ୍ପ୍ରଦାୟ ସହିତ ଛିଡା ହୋଇଛନ୍ତି ।

ବିରୋଧୀ ଏହି ପ୍ରସଙ୍ଗରେ ସଂସଦରେ ବିରୋଧ ପ୍ରଦର୍ଶନ କରୁଛନ୍ତି। କିନ୍ତୁ, ଆମେ ଚାହୁଁ ମଣିପୁରରେ ଯାହା କିଛି ଘଟୁଛି, ବିରୋଧୀ ଆମ ସହ କଥା ହେବା ଉଚିତ ଏବଂ କେଉଁ ବିକଳ୍ପ ଉପାୟ ମିଳିବ ସେ ବିଷୟରେ ଆଲୋଚନା କରିବା ଆବଶ୍ୟକ। କିନ୍ତୁ ବିରୋଧୀ ଏହା ନ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଡାକିବାରେ ଲାଗିଛନ୍ତି। ଆମେ ସେମାନଙ୍କୁ ଅନେକ ଥର କହିଛୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ, କିନ୍ତୁ ବିରୋଧୀ କେବଳ ଗୃହର ସମୟ ନଷ୍ଟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

“ଧର୍ମନିରପେକ୍ଷତା ୟୁରୋପୀୟ ଧାରଣା, ଭାରତରେ ଏହାର ଆବଶ୍ୟକତା ନାହିଁ”: ତାମିଲନାଡୁ ରାଜ୍ୟପାଳ

ଚେନ୍ନାଇ,୨୩।୯: ଧର୍ମନିରପେକ୍ଷତାର ଉତ୍ପତ୍ତି ତଥା ଏହାର ଅର୍ଥ ଉପରେ ତାମିଲନାଡୁର ରାଜ୍ୟପାଳ ଆର.ଏନ୍ ରବିଙ୍କ ମନ୍ତବ୍ୟ ପୁଣି ଏକ ବଡ଼ ବିବାଦ ସୃଷ୍ଟି କରିଛି। ଏହି...

ପୋଲିସ ଉପରକୁ ଗୁଳି ଚଳାଇଲେ ବଦ୍‌ଲାପୁର ଅଭିଯୁକ୍ତ

ପୁଣେ,୨୩।୯: ମହାରାଷ୍ଟ୍ରର ବଦଲାପୁର ଯୌନ ନିର୍ଯାତନା ମାମଲାର ମୁଖ୍ୟ ଅଭିଯୁକ୍ତ ଅକ୍ଷୟ ଶିନ୍ଦେ ସୋମବାର ପୋଲିସ ଉପରକୁ ଗୁଳି ଚଳାଇନ୍ତି। ସେ ଏହି ଘଟଣା କରିବାବେଳେ...

ଚତୁର୍ଥଥର ଭାଜପା ସରକାର ଆସିବ କୌଣସି ଗ୍ୟାରେଣ୍ଟି ନାହିଁ, କିନ୍ତୁ…କାହିଁକି ଏମିତି କହିଲେ ନିତିନ ଗଡକରୀ

ନାଗପୁର,୨୩।୯: ନାଗପୁରରେ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ମୋଦି ସରକାରଙ୍କ ମନ୍ତ୍ରୀ ତଥା ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ମୁଖ୍ୟ ରାମଦାସ...

ତିରୁପତି ଲଡୁ ବିବାଦ: ମୋଦି ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୨୩।୯: ତିରୁପତି ମନ୍ଦିର ସହ ଜଡିତ ଲଡୁ ବିବାଦରେ ମୋଦିସରକାର ବଡ ପଦକ୍ଷେପ ନେଇଛନ୍ତି। ସୋମବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଘିଅ ଯୋଗାଣକାରୀ କମ୍ପାନୀକୁ ଏକ କାରଣ...

ନୂଆ ରଣନୀତିରେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୩ା୯: ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ନୂଆ ରାଜନୈତିକ ରଣନୀତି ଆପଣାଇଛନ୍ତି। କେଜ୍‌ରିଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ...

ପାତାଳରେ ରହିଲେ ବି ବଞ୍ଚି ପାରିବ ନାହିଁ ଚାଇନା-ପାକିସ୍ତାନ! ଡିଲ ପକ୍କା କରିବେ ଡୋଭାଲ

ନୂଆଦିଲ୍ଲୀ,୨୩।୯: ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଏଭଳି ଚୁକ୍ତି ହେବାକୁ ଯାଉଛି, ଯାହାକୁ ଶୁଣିଲେ ପାତାଳରେ ଥିବା ଶତ୍ରୁମାନଙ୍କର ଦାନ୍ତବି ଖଟା ହୋଇଯିବ। ଭାରତର କୂଟନୈତିକ,...

ଲେବାନନରେ ଫୁଟିଲା ପେଜର ବୋମା, ଭାରତରେ ବଢିଲା ସୁନାର ଦାମ!

ନୂଆଦିଲ୍ଲୀ,୨୩।୯: ପୁଣିଥରେ ସୁନା ଦର ବୃଦ୍ଧି ଭାରତରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଭାରତରେ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ୧୦ ଗ୍ରାମ...

ଘୃଣା ଦ୍ୱାରା କେହି ଉପକୃତ ହୁଅନ୍ତି ନାହିଁ, କାହିଁକି ଏମିତି କହିଲେ ରାହୁଲ

ନୂଆଦିଲ୍ଲୀ,୨୩ା୯: କଂଗ୍ରେସ ଏମ୍‌ପି ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜମ୍ମୁ-କଶ୍ମୀରର ସୁରନକୋଟରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri