Categories: ବାଣିଜ୍ୟ

ଡିସେମ୍ବରରେ ପାଇକାରୀ ମୁଦ୍ରାସ୍ଫୀତି ୪.୯୫%

ନୂଆଦିଲ୍ଲୀ,୧୭।୧: ଗତ କିଛି ମାସ ହେବ ପାଇକାରୀ ମୁଦ୍ରାସ୍ଫୀତି ମୂଲ୍ୟ ହାରରେ ପରିବର୍ତ୍ତନ ହୋଇଚାଲିଛି। ଏପରିକି ୨୦୨୨ ଡିସେମ୍ବର ମାସ ପାଇଁ ହୋଲ୍‌ସେଲ ପ୍ରାଇସ ଇଣ୍ଡେକ୍ସ (ଡବ୍ଲ୍ୟୁପିଆଇ) ଆଧାରିତ ମୁଦ୍ରାସ୍ଫୀତି ହାର ବିଗତ ୨୨ ମାସର ସର୍ବନିମ୍ନ ସ୍ତର ୪.୯୫%କୁ ଖସିଆସିଛି। ବିଶେଷକରି ୨୦୨୨ ନଭେମ୍ବରରେ ପାଇକାରୀ ମୂଲ୍ୟ ୫.୮୫%ରେ ରହିଥିବା ବେଳେ ୨୦୨୧ ଡିସେମ୍ବରରେ ଏହାର ହାର ୧୪.୨୭% ରହିଥିଲା। ଅପରପକ୍ଷରେ ଖାଦ୍ୟସାମଗ୍ରୀ ଏବଂ ଅଶୋଧିତ ପେଟ୍ରୋଲିୟମ ସାମଗ୍ରୀର ମୂଲ୍ୟ ହ୍ରାସ ଯୋଗୁ ଏଭଳି ହୋଇଥିବା ଆକଳନ କରାଯାଉଛି। ସେହିଭଳି ହୋଲ୍‌ସେଲ ପ୍ରାଇସ ଇଣ୍ଡେକ୍ସ (ଡବ୍ଲ୍ୟୁପିଆଇ) ଆଧାରିତ ମୁଦ୍ରାସ୍ଫୀତି ହାର ୨୦୨୨ ଡିସେମ୍ବର ମାସ ପାଇଁ ପାଇକାରୀ ମୂଲ୍ୟରେ ମାସ ତୁଳନାରେ ୧.୧୨% କମ୍‌ ରହିଥିଲା। ଏପରିକି ଖାଦ୍ୟ ପ୍ରବନ୍ଧରେ ମୁଦ୍ରାସ୍ଫୀତି ୧.୨୫% କମିଥିବାବେଳେ ୨୦୨୨ ଡିସେମ୍ବରରେ ଇନ୍ଧନ ଏବଂ ଶକ୍ତି କ୍ଷେତ୍ରରେ ଏହା ୧୮.୦୯% ସହ ଉତ୍ପାଦିତ ଦ୍ରବ୍ୟର ମୁଦ୍ରାସ୍ଫୀତି ମାସରେ ୩.୩୭% ରହିଛି ବୋଲି ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୨୦୨୨ ଡିସେମ୍ବରରେ ମୁଦ୍ରାସ୍ଫୀତି ହାରରେ ହ୍ରାସ ମୁଖ୍ୟତଃ ଖାଦ୍ୟ ପଦାର୍ଥ, ଖଣିଜ ତୈଳ, ଅଶୋଧିତ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ, ବସ୍ତ୍ର, ରାସାୟନିକ ପଦାର୍ଥ ଏବଂ ରାସାୟନିକ ଦ୍ରବ୍ୟର ମୂଲ୍ୟରେ ହ୍ରାସ ପାଇଥାଏ ବୋଲି ଆକଳନ କରାଯାଇଛି। ଅପରପକ୍ଷରେ ମୂଲ୍ୟର ବୃଦ୍ଧି ମୁଖ୍ୟତଃ ଅନ୍ୟାନ୍ୟ ଉତ୍ପାଦନ ଦ୍ୱାରା ଯୋଗଦାନ କରାଯାଇଥାଏ। ବିଶେଷକରି ରେକର୍ଡ ହୋଇଥିବା ମିଡିଆର ମୁଦ୍ରଣ ଏବଂ ପୁନଃପ୍ରକାଶନ,ବୈଦ୍ୟୁତିକ ଉପକରଣ, ଅନ୍ୟାନ୍ୟ ଧାତବ ନ ଥିବା ଖଣିଜ ପଦାର୍ଥ, ଆସବାବପତ୍ର ଏବଂ ପାନୀୟ ଇତ୍ୟାଦି ମୂଲ୍ୟ ହ୍ରାସ ହେବାର ସମ୍ଭାବନା ରହିଛି। ଏପରିକି ୨୦୨୨ ନଭେମ୍ବର ପାଇକାରୀ ମୂଲ୍ୟ ଉପରେ ଆଧାରିତ ମୁଦ୍ରାସ୍ଫୀତି ହାର ହ୍ରାସ ପାଇଛି। ୨୦୨୨ ଡିସେମ୍ବରରେ ଖାଦ୍ୟ ସୂଚକାଙ୍କ ୨୦୨୨ ନଭେମ୍ବର ତଳୁନାରେ ୨.୧୭%ରୁ ୦.୬୫%କୁ ହ୍ରାସ ପାଇଛି। ୨୦୨୨ ଡିସେମ୍ବରରେ ଅଣ-ଖାଦ୍ୟ ପଦାର୍ଥ ଏବଂ ଖଣିଜ ପଦାର୍ଥର ମୂଲ୍ୟ ବୃଦ୍ଧି ପାଇଥିଲା ବେଳେ ଖାଦ୍ୟ ସାମଗ୍ରୀ ଏବଂ ଅଶୋଧିତ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସର ମୂଲ୍ୟ ହ୍ରାସ ପାଇଥିବା ଆକଳନ କରାଯାଉଛି।

Share