ଭୋକ ମାରିଦେଉଛି ଚଢ଼ାଦର

ଭୁବନେଶ୍ୱର,୧୧।୬(ଅନୁରାଧା ମହାରଣା): ଦିନକୁ ଦିନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବଢ଼ିବାରେ ଲାଗିଛି। ତେବେ ଚାଉଳ, ଡାଲି, ପରିବା ଓ ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ିବା ଗରିବ ଓ ମଧ୍ୟବିତ୍ତଙ୍କୁ ଚିନ୍ତାରେ ପକାଇଲାଣି। ଉଭୟ ଉଷୁନା ଓ ଅରୁଆ ଚାଉଳ ଦର ଖୁଚୁରା ବଜାରରେ ବଢ଼ିଛି। ଗତ ୭ ତାରିଖରେ କୁଇଣ୍ଟାଲ ପ୍ରତି ୨୧୦୦ଟଙ୍କାରେ ବିକ୍ରି ହେଉଥିବା ଚାଉଳ ସୋମବାର ୩୨୦୦ ଟଙ୍କାରେ ପହଞ୍ଚତ୍ଛି। ଖୁଚୁରା ବଜାରରେ ୩୧ଟଙ୍କାରେ ବିକ୍ରି ହେଉଥିବା ଚାଉଳ ୩୪ ଟଙ୍କାରେ ବିକ୍ରି ହେଉଛି। ସେହପିରି ହରଡ଼, ମୁଗ, ମସୁରି ଆଦି ଡାଲି ଦର ସପ୍ତାହକ ମଧ୍ୟରେ ୪ରୁ ୭ ଟଙ୍କା ବୃଦ୍ଧି ପାଇଛି । ଅନ୍ୟପଟେ ଗତ ସପ୍ତାହରେ ଲିଟର ପ୍ରତି ୧୨୮ ଟଙ୍କାରେ ବିକ୍ରି ହେଉଥିବା ଖାଇବା ତେଲ ଦର ୧୩୫ ଟଙ୍କା ଛୁଇଁଛି। ସେହିପରି କଞ୍ଚା ପରିବା ଦର ମଧ୍ୟ ଆକାଶଛୁଆଁ ହୋଇଛି। ଅଧିକାଂଶ କଞ୍ଚା ପରିବାର କିଲୋଗ୍ରାମ ପ୍ରତି ୫୦ଟଙ୍କାରେ ପହଞ୍ଚତ୍ଛି। କିଲୋଗ୍ରାମ ପ୍ରତି କଲରା ୬୦, ଭେଣ୍ଡି ୫୦ଟଙ୍କା, ଟମାଟୋ ୪୦, ଜହ୍ନି ୬୦ ଟଙ୍କା, ପୋଟଳ ୪୦ଟଙ୍କା, କଖାରୁ ୬୦ ଟଙ୍କା ଆଦି ଦରରେ ବିକ୍ରି ହେଉଛି। ତେବେ ଅଦା, ରସୁଣ ଓ ପିଆଜ ଦର ଖାଉଟିଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ରସୁଣ ପ୍ରକାର ଅନୁସାରେ ୨୬୦ରୁ ଆରମ୍ଭ କରି ୩୦୦ ଟଙ୍କା ଦରରେ ବିକ୍ରି ହେଉଛି। ସେହିପରି ପିଆଜ ଆକାର ଅନୁସାରେ ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଛି। ଚଢ଼ାଦର ଏବେ ଲୋକଙ୍କ ଭୋକ ମାରିଦେଉଥିବା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

UPI New Rule: ମୋବାଇଲ ନମ୍ବର ବନ୍ଦ ଥିଲେ ମିଳିବ ନାହିଁ UPI ସେବା, ବଦଳୁଛି ନିୟମ

ନୂଆଦିଲ୍ଲୀ,୩୧।୩: UPI କାରବାରର ସୁରକ୍ଷା ଏବଂ ପ୍ରଭାବକୁ ବୃଦ୍ଧି କରିବା ପାଇଁ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (NPCI) ନୂତନ ନିୟମ ଜାରି କରିଛି।...

ଇସ୍ପାତ ଶିଳ୍ପରେ ଓଡ଼ିଶା ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରୁଛି

ଓଡ଼ିଶା ଆଇରନ୍‌ ଓ ଷ୍ଟିଲ୍‌ ଶିଳ୍ପରେ ସ୍କାନ୍‌ ଗ୍ରୁପ୍‌ ବେଶ୍‌ ଜଣାଶୁଣା। ଏହାର ଫ୍ଲାଗଶିପ୍‌ କମ୍ପାନୀ ସ୍କାନ ଷ୍ଟିଲ୍‌ ଲିମିଟେଡ୍‌ ରାଜଗାଙ୍ଗପୁରରେ ଅବସ୍ଥିତ ଏହାର ଇଣ୍ଟିଗ୍ରେଟେଡ୍‌...

ଉଦ୍ୟୋଗୀମାନେ ନୈତିକତା ବଜାୟ ରଖିବା ଜରୁରୀ

ଅତ୍ୟାଧୁନିକ ପ୍ରଣାଳୀରେ କାଜୁ ପ୍ରକ୍ରିୟାକରଣ କରି ବଜାରରେ ଉପଲବ୍ଧ କରାଇବାରେ ବିନାୟକ କ୍ୟାସ୍ୟୁଜ୍‌ ବେଶ୍‌ ପରିଚିତ। ଓଡ଼ିଶା କାଜୁକୁ ସାରା ଭାରତରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଢେଙ୍କାନାଳସ୍ଥିତ...

ମୁକେଶ ଅମ୍ବାନୀଙ୍କ ଉପହାର: Jioର ଏହି ପ୍ଲାନରେ ମିଳିବ ୯୧୨.୫ ଜିବି ଡାଟା ମାଗଣା… 

ନୂଆଦିଲ୍ଲୀ,୩୦।୩: ଯେତେବେଳେ ରିଚାର୍ଜ ପ୍ଲାନ ବିଷୟରେ କଥା ଆସେ, ପ୍ରାୟତଃ ଏହାର ବୈଧତା ଏବଂ ଡାଟା ଉପରେ ଧ୍ୟାନ ଦିଆଯାଏ। ଯେଉଁ ଯୋଜନାରେ ଏହି ଦୁଇଟି...

ଭାରତର ଅଧା ଲୋକଙ୍କ ପାଖରେ ୩.୫ ଲକ୍ଷରୁ ଅଛି କମ୍‌ ଟଙ୍କା, ଚେତାବନୀ ଦେଇ ଅର୍ଥ ବିଶେଷଜ୍ଞ କହିଲେ…

ନୂଆଦିଲ୍ଲୀ,୩୦ା୩: ଭାରତର ଅଧା ଲୋକଙ୍କ ପାଖରେ ୩.୫ ଲକ୍ଷ ଟଙ୍କାରୁ କମ୍‌ ରହିଛି। ଏନେଇ ଅର୍ଥ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ, ଭାରତର ପରବର୍ତ୍ତୀ ସଙ୍କଟ...

ଭାଙ୍ଗିବ ସବୁ ରେକର୍ଡ; ଶୀଘ୍ର ୯୬,୦୦୦ ଟଙ୍କା ଛୁଇଁବ ସୁନା

ନୂଆଦିଲ୍ଲୀ,୩୦।୩: ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି ସୁନା ମୂଲ୍ୟ। ଏପରି ପରିସ୍ଥିତିରେ ଭାରତୀୟ ଗ୍ରାହକ ଏବଂ ନିବେଶକଙ୍କ ଚିନ୍ତା ବଢ଼ିଛି। ICICI ବ୍ୟାଙ୍କ ଗ୍ଲୋବାଲ ମାର୍କେଟସର...

ବିକ୍ରି ହୋଇଗଲା X, ମସ୍କଙ୍କ ଠାରୁ 28,23,43,71,00,00ଟଙ୍କାରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୩୦।୩: ଏଲନ ମସ୍କ ତାଙ୍କ ନିଷ୍ପତ୍ତିରେ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦିଅନ୍ତି, ଏହା ତାଙ୍କର ପୁରୁଣା ଅଭ୍ୟାସ। ଏଥର ମଧ୍ୟ ସେ ଏପରି ଏକ ନିଷ୍ପତ୍ତି...

ପ୍ରଥମ ବ୍ୟବସାୟରେ ବିଫଳତା ହତୋତ୍ସାହିତ କରିପାରି ନ ଥିଲା

୧୯୬୭ରେ ଜନ୍ମ ହୋଇଥିଲେ ଭୁବନେଶ୍ୱରରେ ଗୀତାଞ୍ଜଳି ଆଓ୍ବାର୍ଡସ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ କ୍ରିଷ୍ଣମୋହନ ଟାଟା। ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ପାଠପଢ଼ା ସରିବା ପରେ ପରିବାର ଲୋକେ ଚାହଁୁଥିଲେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image