ନୂଆଦିଲ୍ଲୀ,୨୪।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଗଭର୍ନର ଶକ୍ତିକାନ୍ତ ଦାସ ମଙ୍ଗଳବାର ମୁଦ୍ରାସ୍ଫୀତିକୁ ନେଇ ଉଭୟ ଆରବିଆଇ ଏବଂ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ମତ ରଖି କହିଛନ୍ତି, ବର୍ତ୍ତମାନ ସମୟରେ ଉପରମୁହଁା ହୋଇ ରହିଥିବା ମୁଦ୍ରାସ୍ଫୀତକୁ ଧୀରେ ଧୀରେ ୪%କୁ ହ୍ରାସ କରାଇବା ଦିଗରେ କେନ୍ଦ୍ରୀୟ ବ୍ୟାଙ୍କ କାର୍ଯ୍ୟ କରୁଛି। ଏପରିକି କେନ୍ଦ୍ରୀୟ ବ୍ୟାଙ୍କ ବର୍ତ୍ତମାନ ପ୍ରତ୍ୟେକ ତଥ୍ୟ ଉପରେ ନଜର ରଖିବା ସହ ଆସନ୍ତା ୨ବର୍ଷ ମଧ୍ୟରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ରଖିବା ପାଇଁ ଆରବିଆଇ ଲକ୍ଷ୍ୟ ରଖିଛି। ସେହିଭଳି ଗତ ୪ ମାସରେ ଆରବିଆଇ ୩ ଥର ରେପୋ ହାରରେ ସୁଧାର ଆଣିଥିବା ବେଳେ ଅର୍ଥନୀତି ଉପରେ ମଧ୍ୟ କାର୍ଯ୍ୟ କରୁଛି ବୋଲି ଶକ୍ତିକାନ୍ତ ମତବ୍ୟକ୍ତ କରିଛନ୍ତି।