ଭାରତ ବନ୍ଦର ପ୍ରଭାବ ଓଡ଼ିଶାରେ ପଡିଛି । ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ବିରୋଧ କରାଯିବା ସହ ବନ୍ଦକୁ ସମର୍ଥନ କରାଯାଇଛି । କଂଗ୍ରେସ ସହ ବାମଦଳ ଓ ଅନ୍ୟ ଦଳ ବନ୍ଦ ଡାକରାକୁ ସମର୍ଥନ ଜଣାଇଥିଲେ । ଚାଷୀମାନେ ଦେଶର ମେରୁଦଣ୍ଡ ହୋଇଥିବା ବେଳେ ନୂଆ କୃଷି ଆଇନ ଆଣି ମୋଦି ସରକାର ସେମାନଙ୍କୁ ଦୁର୍ବଳ କରିବା ପାଇଁ ପ୍ରୟାସ କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି ।