କୁହାଯାଏ, ଜଣଙ୍କର ବ୍ୟକ୍ତିତ୍ୱ ବି ଅନ୍ୟମାନଙ୍କ ଉପରେ ଅନେକ ପ୍ରଭାବ ପକାଇଥାଏ। ଯେମିତି କି: ଜଣେ ଗୃହିଣୀଙ୍କ ନିକଟରେ ୧୦ ମିନିଟ୍ ବସିପଡିଲେ ଲାଗିବ, ଜୀବନଟା ଅତ୍ୟନ୍ତ କଷ୍ଟକର। କାରଣ ଦିନତମାମ୍ ଘର, ପରିବାରର କଥା ବୁଝୁବୁଝୁ ସେ ନିଜ କଥା ବୁଝିବାକୁ ବି ସମୟ ପାଆନ୍ତିନି। ସେହିପରି ଜଣେ ମଦ୍ୟପଙ୍କ ପାଖରେ ୧୦ ମିନିଟ୍ ବସିଲେ ଲାଗିବ ଜୀବନଟା ଅତି ସହଜ। ଅନ୍ୟପକ୍ଷେ ସାଧୁ, ସନ୍ନ୍ୟାସୀଙ୍କ ସଂସ୍ପର୍ଶରେ ଆସିଲେ ଇଚ୍ଛା ହେବ ଦାନରେ ସବୁକିଛି ଦେଇ ଦବାକୁ। କୌଣସି ବ୍ୟବସାୟୀଙ୍କ ପାଖରେ ବସିଲେ ଲାଗିବ ଆମେ ଯାହା ରୋଜଗାର କରୁଛୁ ତାହା ବହୁତ କମ୍। ସେହିପରି ବୈଜ୍ଞାନିକଙ୍କ ସଂସ୍ପର୍ଶରେ ଆସିଲେ ଆମେ ନିଜ ଅଜ୍ଞତାର ବିରାଟତା ଅନୁଭବ କରିବା। କୌଣସି ଭଲ ଶିକ୍ଷକଙ୍କ ସଂସ୍ପର୍ଶରେ ଆସିଲେ ଇଚ୍ଛା ହେବ ପୁନର୍ବାର ଛାତ୍ର ହୋଇ ପାଠପଢିବାକୁ। ସେହିପରି ଜଣେ କୃଷକ କିମ୍ବା ଶ୍ରମିକଙ୍କର ହାଡଭଙ୍ଗା କଷ୍ଟକୁ ଦେଖିଲେ ଅନୁଭବ ହୁଏ ଯେ ଆମେ ଯଥେଷ୍ଟ ପରିଶ୍ରମ କରୁନାହାନ୍ତି। ଅନ୍ୟପକ୍ଷେ ଜଣେ ସୈନିକଙ୍କର ଦେଶଭକ୍ତିକୁ ଅନୁଭବ କଲେ ଲାଗେ ଆମେ କରୁଥିବା ସେବା ଓ ବଳିଦାନ ଯଥେଷ୍ଟ ନୁହେଁ। ତା’ଛଡ଼ା ଜୀବନରେ ଭଲ ବନ୍ଧୁଟିଏ ପାଇଗଲେ ଲାଗେ ଆମେ ଆମ ଜୀବନରେ ସବୁ ସୁଖ ପାଇ ଯାଇଛେ।