ବୁଗୁଡ଼ାରେ ଭାରତ ବନ୍ଦର ପ୍ରଭାବ

ବୁଗୁଡ଼ା,୨୭।୯(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନ ପକ୍ଷରୁ ସୋମବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଗଞ୍ଜାମ ଜିଲା ବୁଗୁଡ଼ାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ସାଙ୍ଗକୁ ବସ ସେବା ବନ୍ଦ ରହିଛି। ତେବେ ଦୋକାନ ବଜାର ସବୁ ଖୋଲା ରହିବା ସହ ଜୀବନଯାତ୍ରା ସ୍ବାଭାବିକ ରହିଛି। ବୁଗୁଡା ବନ୍ଦ ପାଇଁ ରବିବାର କଂଗ୍ରେସ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଅଞ୍ଚଳବାସୀଙ୍କୁ ସମର୍ଥନ କରିବା ନିବେଦନ କରାଯାଇଥିଲେ ହେଁ ତାହା ଫଳପ୍ରଦ ହୋଇପାରି ନାହିଁ।

Share