Categories: ଜାତୀୟ

ସେନା ନିଯୁକ୍ତିରେ ପାତରଅନ୍ତର: ସରକାରଙ୍କୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୦।୩: ଭାରତୀୟ ସେନାର ନିଯୁକ୍ତିରେ ପାତରଅନ୍ତର କରାଯାଉଥିବା ନେଇ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ନ୍ୟାଶନାଲ ଡିଫେନ୍ସ୍‌ ଏକାଡେମୀ (ଏନ୍‌ଡିଏ)ର ପରୀକ୍ଷାରେ ଯୋଗ୍ୟତା ମାନଦଣ୍ଡ କାହିଁକି ଭିନ୍ନଭିନ୍ନ ରହିଛି ସେ ନେଇ କୋର୍ଟ ପ୍ରଶ୍ନ କରିଛନ୍ତି। ଏଥିରେ ପୁରୁଷଙ୍କ ପାଇଁ ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ରହିଛି। ଅପରପକ୍ଷରେ ମହିଳାଙ୍କ କ୍ଷେତ୍ରରେ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏଶନ୍‌ ରହିଛି। ଏହି ମାମଲାର ବିଚାର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଉପସ୍ଥାପନ କରାଯାଇଛି। ଏହା ଦ୍ୱାରା ମହିଳା ପ୍ରାର୍ଥିନୀଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଥିବା କୋର୍ଟ କହିଛନ୍ତି।

Share