Categories: ଜାତୀୟ

ଏଚ୍‌୩ଏନ୍‌୨ ପରେ ଗୁରୁଗ୍ରାମରେ ଟାଇପ୍‌-ବି ଇନ୍‌ଫ୍ଲୁଏଞ୍ଜାର ୨ମାମଲା ଚିହ୍ନଟ

ନୂଆଦିଲ୍ଲୀ,୨୧।୩: ଗୁରୁଗ୍ରାମରେ ସୋମବାର ଟାଇପ-ବି ଇନ୍‌ଫ୍ଲୁଏଞ୍ଜା ଭାଇରସ୍‌ର ୨ଟି ମାମଲା ସାମ୍ନାକୁ ଆସିଛି। ଏଥିରେ ଜଣେ ପୁରୁଷ ଏବଂ ଜଣେ ମହିଳା ଅଛନ୍ତି, ଯାହାର ବୟସ ୩୨ବର୍ଷ ବୋଲି ଜଣାପଡ଼ିଛି। ସ୍ବାସ୍ଥ୍ୟ ବିଭାଗର ସୂଚନାନୁସାରେ, ବର୍ତ୍ତମାନ ସେମାନେ ହୋମ୍‌ ଆଇସୋଲେଶନ୍‌ରେ ଅଛନ୍ତି। ସ୍ବାସ୍ଥ୍ୟ ବିଭାଗର ସର୍ଭିଲାନ୍ସ ଟିମ୍‌ ଏପର୍ଯ୍ୟନ୍ତ ଫ୍ଲୁ ଭଳି ଲକ୍ଷଣ ଥିବା ୧୫୬ ଜଣଙ୍କୁ ପରୀକ୍ଷା କରିସାରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୩ଜଣ ଇନ୍‌ଫ୍ଲୁଏଞ୍ଜା ପଜିଟିଭ ଥିବା ଜଣାପଡିଛି। ଏଥିରେ ୪ବର୍ଷର ଜଣେ ଶିଶୁ ଏଚ୍‌୩ଏନ୍‌୨ ଦ୍ୱାରା ସଂକ୍ରମିତ ହୋଇଥିବା ସୂଚନା ରହିଛି। ଅନ୍ୟପଟେ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି, ଇନ୍‌ଫ୍ଲୁଏଞ୍ଜା ଚାରି ପ୍ରକାରର। ଯଥା-ଏ(ଯେଉଁଥିରୁ ଏଚ୍‌୩ଏନ୍‌୨ ଏକ ସବ୍‌ ଟାଇପ୍‌), ବି, ସି ଏବଂ ଡି। ଏଥିରେ ସଂକ୍ରମିତ ବ୍ୟକ୍ତି ବିଶେଷ ସତର୍କତା ଅବଲମ୍ବନ କରିବା ଉଚିତ, ବିଶେଷ କରି ମାସ୍କ ପିନ୍ଧିବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି।

Share