ଭୁବନେଶ୍ୱର,୧୪।୧୨(ବ୍ୟୁରୋ) ଭୁବନେଶ୍ବର ଇନଫୋସିଟି ନାବାଳିକା ଗଣବଳାତ୍କାର ମାମଲାରେ ସୋମବାର ୪ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ଚାରିଜଣ ହେଲେ ଅନିରୁଦ୍ଧ ପଣ୍ତା, କୃଷ୍ଣ ବେହେରା, ସିକ୍ୟୁରିଟୀ ଗାର୍ଡ ଶ୍ରୀବତ୍ସ ସାମଲ ଓ ବିଜୟ ରାଉତ। ଏହି ଚାରିିଜଣ ରାଜ୍ୟର ଏକ ଘରୋଇ ଟିଭି ଚ୍ୟାନେଲର ୨ କର୍ମଚାରୀ ଏବଂ ସିକ୍ୟୁରିଟୀ ଗାର୍ଡ ବୋଲି ଜଣାପଡିଛି। ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇପାରେ। ସୂଚନାଯୋଗ୍ୟ, ଗତ ଏପ୍ରିଲ ମାସରେ ଭୁବନେଶ୍ବର ଇନଫୋସିଟି ଅଞ୍ଚଳରୁ ଜଣେ ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗ ଆସିଥିଲା। ଅଗଷ୍ଟ ୩୦ ତାରିଖରେ ଏ ନେଇ ଥାନାରେ ଏତଲା ଦେଇଥିଲେ ପୀଡିତାଙ୍କ ମା’। ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ୧୬ ତାରିଖ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।