ଚେନ୍ନାଇ, ୨ା୨- ସ୍ଥାନୀୟ ଏମ୍.ଏ. ଚିଦାମ୍ବରମ ଷ୍ଟାଡିୟମରେ ହେବାକୁ ଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ବେଳେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବଂ ତାମିଲନାଡୁ କ୍ରିକେଟ ଆସୋସିଏଶନ (ଟିଏନ୍ସିଏ) ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାରଙ୍କ ସାନି କୋଭିଡ୍ ଗାଇଡଲାଇନ୍ରେ କ୍ରୀଡ଼ା ଭେନ୍ୟୁକୁ ରହିଥିବା ଦର୍ଶକ କଟକଣାରେ କୋହଳ କରାଯାଇଛି। ରବିବାର ରାଜ୍ୟ ସରକାରଙ୍କ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସଓପି) ମଧ୍ୟ ଜାରି କରାଯାଇଛି। ଏମ୍.ଏ. ଚିଦାମ୍ବରମ ଷ୍ଟାଡିୟମର ଦର୍ଶକ କ୍ଷମତା ୫୦,୦୦୦ ରହିଛି। ପ୍ରଥମ ଟେଷ୍ଟ ମ୍ୟାଚ ଶୁକ୍ରବାରଠାରୁ ଏବଂ ଦ୍ୱିତୀୟ ଟେଷ୍ଟ ଫେବୃୟାରୀ ୧୩ରୁ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଅହମ୍ମଦାବାଦରେ ଖେଳାଯିବାକୁ ଥିବା ତୃତୀୟ ଓ ଚତୁର୍ଥ ଟେଷ୍ଟ ପାଇଁ ଦର୍ଶକଙ୍କୁ ଅନୁମତି ମିଳିସାରିଛି।