Categories: ଜାତୀୟ

ପାଟନା ଏୟାର ପୋର୍ଟରେ ବୋମା ଆତଙ୍କ

ପାଟନା,୧୨।୪: ବିହାରର ପାଟନା ଏୟାରପୋର୍ଟରେ ବୋମା ଥିବା ସୂଚନା ମିଳିବା ପରେ ଭୟର ବାତାବରଣ ଦେଖାଦେଇଥିଲା। ସୂଚନା ମିଳିବା ପରେ ବୋମା ନିଷ୍କ୍ରିୟକାରୀ ଦଳ ଯାଞ୍ଚ ଆରମ୍ଭ କରିଦେଇଛନ୍ତି। ହେଲେ ସେଠାରୁ ସେମିତି କିଛି ମିଳି ନାହିଁ। ଏବେ ପାଟନା ଏସଏସପି ସୂଚନା ଦେଇଛନ୍ତି କି ସମସ୍ତିପୁରରୁ ଜଣେ ନିଶାଶକ୍ତ ବ୍ୟକ୍ତି ଫୋନ କରିଥିଲେ ଓ କୌଣସି ମକ ଡ୍ରିଲ ହୋଇ ନ ଥିଲା। ନିଶାରେ କରାଯାଇଥିବା କଲ ପରେ ଯାଞ୍ଚ କରାଯାଇଛି। ଏହି ଘଟଣାରେ ସମସ୍ତିପୁର ପୋଲିସ ଏମିତି ଖବର ଦେଇଥିବା ନିଶାସକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିବା କହିଛି।
ଏପଟେ ପାଟନା ଏୟାରପୋର୍ଟରେ ବୋମା ଥିବା ଶୁଣିବା ପରେ ଲୋକେ ଏଣେତେଣେ ଦୌଡିଥିଲେ। ଏହାକୁ ରୋକିବାକୁ ସୁରକ୍ଷା କର୍ମଚାରୀ ମଙ୍କ ଡ୍ରିଲ ଓ ସମାନ୍ୟ ଯାଞ୍ଚ କରିବା କଥା କହିଥିଲେ। ସମସ୍ତ ବିମାନ ସେମାନଙ୍କ ନିର୍ଦ୍ଧରିତ ସମୟରେ ଗମନାଗମନ କରୁଥିବା ଜଣାପଡିଛି।

Share