ନୂଆଦିଲ୍ଲୀ,୨୦।୨: ଦିଲ୍ଲୀରୁ ଦେଓଘର ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ ଏକ ସୂଚନା ମିଳିଥିଲା। ଯାହା ପରେ ସୁରକ୍ଷା ପ୍ରୋଟୋକଲକୁ ପାଳନ କରିବା ସହ ବିମାନକୁ ଡାଇଭର୍ଟ କରାଯାଇ ଲକ୍ଷ୍ନୌ ବିମାନବନ୍ଦରରେ ଅବତରଣ କରିବାକୁ ସଙ୍କେତ ଦିଆଯାଇଥିଲା। ଯେଉଁଠାରେ ବିମାନର ଯାଞ୍ଚ କରାଯାଇଥିଲା। ତେବେ ଏହି ଯାଞ୍ଚ ସମୟରେ ବିମାନରେ କୌଣସି ଆପତ୍ତିଜନକ ଜିନିଷ ମିଳି ନ ଥିଲା। ଏହାପରେ ବିମାନଟି ଦେଓଘରକୁ ଉଡାଣ ଭରିଥିଲା। ଅନ୍ୟପଟେ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି। ସୂଚନାଯୋଗ୍ୟ, ସୋମବାର ଦିଲ୍ଲୀରୁ ଦେଓଘର ଯାଉଥିବା ଇଣ୍ଡିଗୋ ବିମାନ ୬ଇ-୬୧୯୧ରେ ବୋମା ଥିବା ନେଇ ଧମକ ମିଳିବା ପରେ ଲକ୍ଷ୍ନୌକୁ ଡାଇଭର୍ଟ ଯାଇଥିଲା। ସମସ୍ତ ଆବଶ୍ୟକୀୟ ସୁରକ୍ଷା ପ୍ରୋଟୋକଲଗୁଡିକ ଅନୁସରଣ କରାଯିବା ପରେ ବିମାନ ଉଡାଣ ଭରିବାକୁ ମଞ୍ଜୁରୀ ଦିଆଯାଇଥିଲା ବୋଲି ଇଣ୍ଡିଗୋ ବିମାନ କମ୍ପାନୀ ପକ୍ଷରୁ ଏକ ବୟାନ ଜାରି କରାଯାଇ ସୂଚନା ଦିଆଯାଇଛି।