Categories: ଖେଳ

ସୂଚନା ଓ ଲୋକସମ୍ପର୍କ ବିଭାଗ ରନରଅପ୍‌

ଭୁବନେଶ୍ୱର, ୨୫।୫ (ସ୍ପୋଟର୍‌ସ ବ୍ୟୁରୋ): ଇସ୍ପାତ ଓ ଖଣି ବିଭାଗ ଦ୍ୱାରା ଆୟୋଜିତ ଆନ୍ତଃବିଭାଗୀୟ ସଚିବାଳୟ କ୍ରିକେଟ ଟୁର୍ନାମେଣ୍ଟରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଚାମ୍ପିୟନ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କ୍ରିକେଟ ଦଳ ରନରଅପ୍‌ ହୋଇଛି ା ବୁଧବାର ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ା ବିଭାଗୀୟ ନିର୍ଦ୍ଦେଶକ ସରୋଜ କୁମାର ସାମଲ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ା ଜଣେ ଭଲ ଖେଳାଳି ବିଭାଗୀୟ କାର୍ଯ୍ୟ ମଧ୍ୟ ସୁଚାରୁରୂପେ ସମ୍ପାଦନ କରିଥାଏ ା କ୍ର୍ରୀଡ଼ା, କଳା ଏବଂ ସରକାରୀ କାର୍ଯ୍ୟରେ ଉତ୍କର୍ଷ ପ୍ରଦର୍ଶନ କରି ବିଭାଗ ପାଇଁ ସୁନାମ ଆଣିଲେ ସେମାନଙ୍କୁ ଅଧିକ ପ୍ରୋତ୍ସାହିତ କରାଯିବ ବୋଲି ସେ କହିଥିଲେ ା ବିଭାଗୀୟ ନିଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ା ସୂଚନା ଓ ଲୋକସଂପର୍କ ବିଭାଗ କ୍ବାର୍ଟର ଫାଇନାଲରେ ଗୃହ ବିଭାଗ ଏବଂ ସେମିଫାଇନାଲ୍‌ରେ ଅର୍ଥ ବିଭାଗକୁ ପରାସ୍ତ କରି ଫାଇନାଲ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା ା
ସୂଚନା ଓ ଲୋକସଂପର୍କ ବିଭାଗର ଉଦୀୟମାନ ଖେଳାଳି ଆଲୋକ କୁମାର ମହାରଣା ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ା ପ୍ରତିଯୋଗିତାରେ ମୋଟ ୪୦ଟି ଦଳ ଅଂଶଗ୍ରହଣ କରିଥିଲେ ଏବଂ ୭୫ଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା ା କାର୍ଯ୍ୟକ୍ରମକୁ ମୌସୁମୀ ଦାଶ ସଂଯୋଜନା କରିଥିଲେ ା

Share