ରାୟଗଡ଼ା ଅଫିସ,୧୭ା୫: ରାୟଗଡ଼ା ଜିଲାରେ କରୋନା ସଂକ୍ରମଣ ବଢ଼ୁଛି। ବିଭିନ୍ନ କାର୍ଯ୍ୟାଳୟରୁ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ସେହିପରି ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ(ଡିଆଇପିଆର୍ଓ)ର ଜଣେ ଅଧିକାରୀ କୋଭିଡ୍-୧୯ ପଜିଟିଭ୍ ଥିବା ଜଣାପଡିଛି। ଏଥିଯୋଗୁ ପ୍ରଶାସନ ପକ୍ଷରୁ ସୋମବାର ଅଫିସକୁ ୩ ଦିନ ପାଇଁ ସିଲ୍ କରାଯିବା ସହ ସାନିଟାଇଜ୍ କରାଯାଇଛି। ସେହିପରି ଅନ୍ୟ କର୍ମଚାରୀଙ୍କୁ ମଧ୍ୟ କରୋନା ପରୀକ୍ଷା କରାଇବା ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।