ଖାଲି ପଡ଼ିଥିବା ସୂଚନା କମିଶନ ପଦବୀ: ଓଡ଼ିଶାରେ ୬ରୁ ୪ ଖାଲି

ଭୁବନେଶ୍ୱର,୨୭ା୧୧(ଅନିଲ ଦାସ): ୨୦୨୩ରେ ଏକ ମାମଲାର ଶୁଣାଣି ବେଳେ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ସୂଚନା କମିଶନରେ ଖାଲି ପଡ଼ିଥିବା ପଦବୀ ପୂରଣରେ ବିଫଳତାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସୂଚନା କମିଶନର ପଦବୀ ପୂରଣ କରିବାରେ ରାଜ୍ୟଗୁଡ଼ିକର ଅକ୍ଷମତା ହେତୁ ସୂଚନା ଅଧିକାର (ଆର୍‌ଟିଆଇ) ଆଇନ, ୨୦୦୫ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ ହୋଇପାରୁନାହିଁ। ଏଥିଯୋଗୁ ଲୋକଙ୍କ ସୂଚନା ପାଇବା ଅଧିକାର ପ୍ରଭାବିତ ହେଉଛି। ଖାଲି ପଦବୀ ପୂରଣ ନ ହେଲେ ଆର୍‌ଟିଆଇ ଏକ ‘ମୃତପତ୍ର’ରେ ପରିଣତ ହୋଇଯିବ ବୋଲି ଶୀର୍ଷ ଅଦାଲତ ସତର୍କ କରାଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ କେନ୍ଦ୍ରୀୟ ସୂଚନା କମିଶନ (ସିଆଇସି) ଏବଂ ରାଜ୍ୟ ସୂଚନା କମିଶନ (ଏସ୍‌ଆଇସି)ରେ ଅନେକ ପଦବୀ ଖାଲି ପଡ଼ିଛି। ୪ ସପ୍ତାହ ମଧ୍ୟରେ ଏହି ପଦବୀଗୁଡ଼ିକୁ ପୂରଣ କରିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼ିଶାରେ ମୁଖ୍ୟ ସୂଚନା କମିଶନରଙ୍କୁ ଛାଡ଼ି ୫ ସୂଚନା କମିଶନର ନିଯୁକ୍ତି ପାଇପାରିବେ ବୋଲି ବ୍ୟବସ୍ଥା ରହିଛି। ହେଲେ ଏବେ ମାତ୍ର ଦୁଇ ଜଣ ସୂଚନା କମିଶନର ଅଛନ୍ତି। ଅର୍ଥାତ୍‌ ମୁଖ୍ୟ ସୂଚନା କମିଶନର ଓ ୩ ସୂଚନା କମିଶନର ପଦବୀ ଖାଲି ପଡ଼ିଛି। ମୁଖ୍ୟ ସୂଚନା କମିଶନର ଜଳଦ ତ୍ରିପାଠୀଙ୍କ ଅବସର ପରେ ସେହି ପଦବୀ ଖାଲି ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୋନ ଅଧିକ ବ୍ୟବହାର କରୁଛନ୍ତି କି? ଭୟଙ୍କର ଭବିଷ୍ୟବାଣୀ କଲେ ବାବା ଭେଙ୍ଗା

ବାବା ଭେଙ୍ଗା ଅନେକ ପ୍ରକାରର ଭବିଷ୍ୟବାଣୀ କରିବା ପାଇଁ ଜଣାଶୁଣା। ତାଙ୍କ ମୃତ୍ୟୁ ପୂର୍ବରୁ, ବାବା ଭେଙ୍ଗା ଏପରି ଅନେକ ଭବିଷ୍ୟବାଣୀ କରିଥିଲେ ଯାହା ଆଜିର...

ପାଣ୍ଡିଆନଙ୍କୁ ନେଇ ପୁଣି ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା

ଭୁବନେଶ୍ୱର,୧୧।୪: ୱାକ୍‌ଫ ବିଲ ଭୋଟିଂ ବିବାଦ ଥମିବାର ନାଁ ନେଉନାହିଁ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବୟାନ ଆସିବା ପରେ ଦଳ ଭିତରେ ଆଭ୍ୟନ୍ତରୀଣ ଅଶାନ୍ତି...

ରାଜ୍ୟରେ ଆୟୁଷ୍ମାନ ଭାରତ ଶୁଭାରମ୍ଭ କଲେ ନଡ୍ଡା: ସାଢ଼େ ୩ କୋଟି ଲୋକଙ୍କଙ୍କୁ ମିଳିବ ସୁବିଧା

କଟକ,୧୧।୪: ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହୋଇଛି। ଆୟୁଷ୍ମାନ ଭାରତ ସହ ଆୟୁଷ୍ମାନ ବୟୋ ବନ୍ଦନାର ଶୁଭାରମ୍ଭ କଟକରେ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ...

କ’ଣ ଏହି ବ୍ୟାଙ୍କରେ ଅଛି ଆପଣଙ୍କର ଆକାଉଣ୍ଟ,କାମ କରିବନି UPI ପେମେଣ୍ଟ

ନୂଆଦିଲ୍ଲୀ,୧୧।୪: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ HDFC ଏହାର UPI ସେବା ସମ୍ପର୍କରେ ଏକ ବଡ଼ ଅପଡେଟ ଦେଇଛି। ଏନେଇ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।...

ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ: ୩ ମାସ ପର୍ଯ୍ୟନ୍ତ ଘରେ ଘରେ ବିନା ଖର୍ଚ୍ଚରେ ପହଞ୍ଚିବ କାର୍ଡ

ଦାରିଙ୍ଗବାଡି, ୧୧।୪ (ଅରୁଣ ସାହୁ): ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକାର୍ପଣ ହେଲା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ...

ଭାଇଚାରାର ଭିନ୍ନ ଏକ ନିଦର୍ଶନ ‘ଦଲଦଲି’: ହିନ୍ଦୁ ପର୍ବପର୍ବାଣିରେ ସହଭାଗୀ ମୁସଲମାନ ପରିବାର

ନୂଆପଡ଼ା,୧୧।୪ (ମକାରୁ ବେମାଲ):ଦିନକୁ ଦିନ ବିଶରେ ହିନ୍ଦୁ-ମୁସଲିମ ସମ୍ପର୍କରେ ଅଧିକ ତିକ୍ତତା ଦେଖାଦେଉଛି। ବିଶେଷ କରି କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ...

ଆୟୁଷ୍ମାନ କାର୍ଡ ପାଇଁ ଯାଉଥିବା ବେଳେ ମାଡ଼ିଗଲା ଟ୍ରକ

କଟକ,୧୧।୪: କଟକ ବାଲିଯାତ୍ରା ତଳ ପଡ଼ିଆରେ ଶୁକ୍ରବାର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ, ଗୋପବନ୍ଧୁ ଜନ ଆରୋଗ୍ୟ ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ...

ବିଜେଡିର ଭୀଷ୍ମ ମହାନ୍ତି ହେଲେ ଜିଲା ପରିଷଦ ଉପାଧ୍ୟକ୍ଷ

କେନ୍ଦ୍ରାପଡା, ୧୧ା୪(ଜଗନ୍ନାଥ ଧଳ): ଗତ ସାଧାରଣ ନିର୍ବାଚନ ପୂର୍ବରୁ ଫାଙ୍କା ରହିଥିବା କେନ୍ଦ୍ରାପଡା ଜିଲା ପରିଷଦ ଉପାଧ୍ୟକ୍ଷ ପଦ ଶୁକ୍ରବାର ପୂରଣ ହୋଇଛି ା ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image