ଭୁବନେଶ୍ୱର,୧୬ା୯(ବ୍ୟୁରୋ): ରାଜ୍ୟରେ ଲଗାଣୁ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସମ୍ଭାବ୍ୟ ବନ୍ୟା ନେଇ ଏସ୍ଆର୍ସି ପ୍ରଦୀପ ଜେନା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ହୀରାକୁଦ ଜଳଭଣ୍ଡାରକୁ ୫.୨୦ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୪.୮୦ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ହୀରାକୁଦରୁ ଆସୁଥିବା ଜଳ ଶନିବାର ସକାଳ ସୁଦ୍ଧା ମୁଣ୍ଡଳିରେ ପହଞ୍ଚିବ। ଶନିବାର ସକାଳୁ ମଧ୍ୟାହ୍ନ ଭିତରେ ୮ ଳକ୍ଷ କ୍ୟୁସେକ୍ ଜଳ ନିଷ୍କାସନ ହେବ। ରାତି ସୁଦ୍ଧା ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିବ। ତେବେ କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର ଓ କଟକ ଆଦି ଜିଲାରେ ଶନିବାର ବନ୍ୟାଜଳ ପ୍ରବାହିତ ହେବ। ଶନିବାର ରାତିରେ ମଧ୍ୟମ ଧରଣର ବନ୍ୟା ପାସ୍ କରିବ। କିନ୍ତୁ ପରିସ୍ଥିତି ସେତେଟା ଗମ୍ଭୀର ନୁହେଁ ବୋଲି ଏସ୍ଆରସି କହିଛନ୍ତି।