Advertisement
Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ଉଡ଼ାଣ ସମ୍ପର୍କିତ ସୂଚନା ଆର୍‌ଟିଆଇରେ ଦିଆଯାଇ ପାରିବ ନାହିଁ: ଭାରତୀୟ ବାୟୁସେନା

ନୂଆଦିଲ୍ଲୀ,୯।୧୨: ପ୍ରଧାନମନ୍ତ୍ରୀଙ୍କ ଉଡ଼ାଣ ସମ୍ପର୍କିତ ତଥ୍ୟ ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ଅନ୍ତର୍ଗତ ପ୍ରଦାନ କରାଯାଇ ପାରିବ ନାହିଁ। ଏସମ୍ପର୍କରେ ଭାରତୀୟ ବାୟୁସେନା ପକ୍ଷରୁ ବୁଧବାର ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଏଭଳି କରାଯାଇ ପାରିବ ନାହିଁ ବୋଲି ବାୟୁସେନା କହିଛି। କେନ୍ଦ୍ରୀୟ ସୂଚନା ଆୟୋଗ(ସିଆଇସି) ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ସ୍ପେଶାଲ ଫ୍ଲାଇଟ୍‌ ରିଟର୍ନ-୨ ସମ୍ପର୍କିତ ସୂଚନା ବିବରଣୀ ଲୋଡ଼ା ଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ରହିଥିବା ଏସ୍‌ପିଜି କର୍ମୀଙ୍କ ନାମ ମଧ୍ୟ ପଚରା ଯାଇଥିଲା। ଏସ୍‌ପିଜି ସୁରକ୍ଷାକର୍ମୀ ବିଦେଶଯାତ୍ରା ସମୟରେ ପ୍ରଧାନମନ୍ତ୍ରୀଙ୍କ ସହିତ ଯାତ୍ରା କରିଥାନ୍ତି। ଦେଶର ସଂପ୍ରଭୁତା ଏବଂ ଅଖଣ୍ଡତା ଏହି ବିବରଣୀ ପ୍ରଦାନ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ଥିବା ବାୟୁସେନା ପକ୍ଷରୁ କୁହାଯାଇଛି। ଏହା ସହିତ ସୁରକ୍ଷା, ରଣନୀତି, ବୈଜ୍ଞାନିକ ଏବଂ ଆର୍ଥିକ କ୍ଷେତ୍ର ଏହାଦ୍ୱାରା ସଙ୍କଟରେ ପଡ଼ିବାର ଆଶଙ୍କା ରହିଥିବା ବାୟୁସେନା କହିଛି।

Share