Categories: ବାଣିଜ୍ୟ

ରୁଷୀୟ କମ୍ପାନୀ ସହ ସମ୍ପର୍କକୁ ଏଡ଼ାଇଲା ଇନ୍‌ଫୋସିସ୍‌

ନୂଆଦିଲ୍ଲୀ,୨୭।୩: ୟୁକ୍ରେନ୍‌ ସହ ଯୁଦ୍ଧ ପରେ ରୁଷିଆରେ କାର୍ଯ୍ୟ କରୁଥିବା ପ୍ରମୁଖ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ ଅସୁବିଧାରେ ପଡ଼ିଛି। ଏ ସମ୍ପର୍କରେ ବ୍ରିଟିଶ୍‌ ମିଡିଆ ଆଉଟ୍‌ଲେଟ୍‌ ସ୍କାଇ ନ୍ୟୁଜ୍‌ ପକ୍ଷରୁ ଇନ୍‌ଫୋସିସ୍‌ର ସହ ସଂସ୍ଥାପକ ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ, ବ୍ରିଟିଶ ଅର୍ଥମନ୍ତ୍ରୀ ରିଷି ସନକଙ୍କ ବୟାନ ସଂଗ୍ରହ କରାଯାଇଛି। ସନକଙ୍କ ସ୍ତ୍ରୀ ଅକ୍ଷତ ମୂର୍ତ୍ତିଙ୍କର ଇନ୍‌ଫୋସିସ୍‌ରେ ୧%ରୁ କମ୍‌ ଅଂଶଧନ ରହିଛି। ସଂଗୃହୀତ ବୟାନ ଅନୁସାରେ ଇନ୍‌ଫୋସିସ୍‌ର ସ୍ଥାନୀୟ କମ୍ପାନୀ ସହ କୌଣସି ସମ୍ପର୍କ ନାହିଁ ବୋଲି କୁହାଯାଇଛି। ଏହାଛଡ଼ା ରୁଷିଆରେ ଇନ୍‌ଫୋସିସ୍‌ର ଏକ ଛୋଟ ଟିମ୍‌ କାମ କରୁଛି, ଯେଉଁଥିରେ ୧୦୦ରୁ କମ୍‌ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଏହାଛଡ଼ା ଇନ୍‌ଫୋସିସ୍‌ ୟୁକ୍ରେନ୍‌ ପୀଡ଼ିତଙ୍କୁ ୧କୋଟି ଡଲାରର ଆର୍ଥିକ ସହଯୋଗ କରିଛି।

Share