Categories: ବାଣିଜ୍ୟ

କର୍ମଚାରୀଙ୍କୁ ମାସକୁ ୧୦ ଦିନ ଅଫିସରୁ କାମ କରିବାକୁ କହିଲା ଇନ୍‌ଫୋସିସ୍‌

ନୂଆଦିଲ୍ଲୀ,୧।୧୧: ପ୍ରମୁଖ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ ନିଜର କର୍ମଚାରୀମାନଙ୍କୁ ପ୍ରତିମାସରେ ଅତି କମ୍‌ରେ ୧୦ ଦିନ ଅଫିସରୁ କାମ କରିବାକୁ କହିଛି। ଏହାକୁ କମ୍ପାନୀର କାର୍ଯ୍ୟ ନୀତିରେ ବଡ଼ ପରିବର୍ତ୍ତନ ବୋଲି କୁହାଯାଉଛି। ତେବେ ଏଭଳି ପଦକ୍ଷେପ କମ୍ପାନୀର ହାଇବ୍ରିଡ୍‌ ଓ୍ବାର୍କ ମଡେଲକୁ ଆପଣାଇବାର ରଣନୀତିର ଅଂଶ। ଏହି ନିୟମ ମ୍ୟାନେଜର, ପ୍ରୋଜେକ୍ଟ ଲିଡର୍ସ, ପ୍ରାରମ୍ଭିକ କର୍ମଚାରୀଙ୍କ ଉପରେ ଲାଗୁ ହେବ ବୋଲି ଜଣାପଡ଼ିଛି।

୨୦ ନଭେମ୍ବର ୨୦୨୩ରୁ ଆରମ୍ଭ ହେବାକୁ ଯାଉଥିବା ଏହି ବ୍ୟବସ୍ଥା ଅନୁଯାୟୀ ପ୍ରତି ମାସରେ କର୍ମଚାରୀଙ୍କୁ ଅତି କମ୍‌ରେ ୧୦ ଦିନ ଅଫିସରୁ କାମ କରିବାକୁ ହେବ। ଏହାକୁ ନେଇ କର୍ମଚାରୀଙ୍କ ସମ୍ମୁଖରେ ‘ଇନ ପର୍ସନ କୋଲାବରେଶନ ଓ୍ବିକ୍ସ’ର ଧାରଣା ମଧ୍ୟ ରଖାଯାଇଛି। ତେବେ ପୂର୍ବରୁ ଏଭଳି ନିଷ୍ପତ୍ତି ଓ୍ବିପ୍ରୋ, ଟିସିଏସ୍‌ ଭଳି ଆଇଟି କମ୍ପାନୀ ନେଇସାରିଛନ୍ତି।

Share