Categories: ବାଣିଜ୍ୟ

ନଭେମ୍ବର ପହିଲାରୁ କର୍ମଚାରୀଙ୍କ ଦରମା ବଢ଼ାଇବ ଇନ୍‌ଫୋସିସ୍‌

ନୂଆଦିଲ୍ଲୀ,୧୩।୧୦: ଭାରତର ଦ୍ୱିତୀୟ ସର୍ବବୃହତ ଆଇଟି କମ୍ପାନୀ ‘ଇନ୍‌ଫୋସିସ୍‌’ ଏହାର କର୍ମଚାରୀଙ୍କ ଦରମା ବୃଦ୍ଧି କରିବ। ନଭେମ୍ବର ପହିଲାରୁ କର୍ମଚାରୀଙ୍କ ଦରମାକୁ ବଢ଼ାଯିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ତେବେ ଦ୍ୱିତୀୟ ତ୍ରୈମାସିକରେ କର୍ମଚାରୀଙ୍କ ସଂଖ୍ୟା ୭,୫୦୦ କମିଛି। ଫଳରେ ଏବେ ମୋଟ ୩,୨୮,୭୬୪ଜଣ କର୍ମଚାରୀ ଏହାର ଲାଭ ପାଇବେ।

ସେପ୍ଟେମ୍ବରରେ କମ୍ପାନୀ ଅନୁମାନ ମୁତାବକ ଲାଭ କରିବାରେ ସଫଳ ହୋଇଛି। ସେପ୍ଟେମ୍ବର ତ୍ରୈମାସିକରେ ୪.୫% ଲାଭ ବୃଦ୍ଧି ହେବାରୁ ଏହା ୫,୯୪୫ କୋଟିରୁ ବଢ଼ି ୬,୨୧୫ କୋଟି ଟଙ୍କା ହୋଇଛି। ସେହିଭଳି କମ୍ପାନୀର ଆୟରେ ମଧ୍ୟ ୩% ବୃଦ୍ଧି ଘଟିବାରୁ ଏହା ୩୭,୯୩୩ କୋଟିରୁ ବୃଦ୍ଧି ପାଇ ୩୮,୯୯୪ କୋଟି ଟଙ୍କା ହୋଇଛି।

Share