ଗୃହରେ ବସିଥିଲେ ନବୀନ ବିସ୍ଫୋରକ ବୟାନ ଦେଲେ ବଦ୍ରି, ବିଜେଡିକୁ ହରାଇଦେଲା ଏହି ଯୋଜନା…

ଭୁବନେଶ୍ୱର,୩।୧୨: ପାନୀୟ ଜଳ ପ୍ରକଳ୍ପ କାମ ପୂରା ନକରିବାରୁ ହାରିଲା ବିଜେଡି । ଆଜି ବିଧାନସଭା ଅଧିବେଶନରେ ଏପରି ଏହି ମାହୋଲକୁ ଉଷ୍ମ କରେଇଛନ୍ତି ଖୋଦ୍‌ ବିଜେଡି ନେତା। ବୀରୋଦୀଦଳ ନେତା ନବୀନ ପଟ୍ଟନାୟକଙ୍କ ଆଗରେ ଏପରି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ବଦ୍ରି ପାତ୍ର।

ସେ କହିଛନ୍ତି, ପାନୀୟ ଜଳ ପ୍ରକଳ୍ପ କାମ ପୂରା ନକରିବାରୁ ବିଜେଡି ବିଧାୟକ ହାରିଛନ୍ତି।
ଜନ ଆକ୍ରୋଶର ଶିକାର ହୋଇଛନ୍ତି । ପାନୀୟଜଳ କଷ୍ଟ, ଆକ୍ରୋଶରେ ପରିଣତ ହେଲା । ଆଉ ସେହି ଆକ୍ରୋଶର ଶିକାର ହୋଇ ର୍ନିବାଚନ ହାରିଛନ୍ତି କିଛି ବିଜେଡି ବିଧାୟକ । ଯେଉଁମାନେ କମ ଭୋଟରେ ହାରିଛନ୍ତି, ନିର୍ବାଚନ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପ ନସରିବା ଏହାର ମୁଖ୍ୟ କାରଣ । ନିଜେ ଏହା ଚଳିତ ନିର୍ବାଚନର ଅନୁଭବ କରିଛି ବୋଲି ଗୃହରେ କହିଛନ୍ତି ଘସିପୁରା ବିଧାୟକ ବଦ୍ରି ପାତ୍ର ।

ତେବେ ପାନୀୟ ଜଳକୁ ନେଇ ବିଭାଗୀୟ ମନ୍ତ୍ରୀ ରବି ନାଏକ କହିଛନ୍ତି, ପୂର୍ବ ସରକାର ଅମଳରେ ମଲେଇ ଖାଇ ପଳେଇଛନ୍ତି ଠିକାଦାର। ପୂର୍ବ ସରକାର ପାନୀୟ ଜଳ ଯୋଗାଣ ପାଇଁ ଯେଉଁ ଠିକାଦାର ମାନଙ୍କ ସହ ଏଗ୍ରିମେଣ୍ଟ କରିଥିଲେ, ସେମାନେ ୫୮ ପ୍ରତିଶତ ଟଙ୍କା ଉଠାଇ କେବଳ ପାଇପ ବିଛାଇ ପଳେଇଛନ୍ତି। ଇନଟେକ ୱେଲ ର୍ନିମାଣ ହୋଇନି। ସେଥିପାଇଁ କାମ ବିଳମ୍ବ ହେଉଛି। ବିଭାଗ ବହୁତ ପରିଶ୍ରମ କରୁଛି ବୋଲି ମନ୍ତ୍ରୀ କହିଛନ୍ତି।

ରାଜ୍ୟରେ ଏବେ ୧୯୧ଟି ପାନୀୟ ଜଳ ପ୍ରକଳ୍ପ ର୍ନିମାଣାଧୀନ ରହିଛ । ଏଥିମଧ୍ୟରୁ ମାତ୍ର ୧୬ଟି ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବା ବେଳେ ର୍ନିମାଣାଧୀନ ୧୯୧ ପାନୀୟ ଜଳ ପ୍ରକଳ୍ପ ୩ଟି ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ହେବ । ୨୦୨୫ ମାର୍ଚ୍ଚ ସୁଦ୍ଧା ୫୬ଟି, ଡିସେମ୍ବର ସୁଦ୍ଧା ୫୪ଟି ସରିବ ଆଉ ବାକି ୮୧ଟି ପ୍ରକଳ୍ପ ୨୦୨୫ ଜୁନ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖିଛି ବିଭାଗ ବୋଲିି ଉତ୍ତର ରଖିଛନ୍ତି ମନ୍ତ୍ରୀ ।


Enter your email to get our daily news in your inbox.

All Right Reserved By Dharitri.Com

ଫଡନାଭିସଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୧୨: ଗୁରୁବାର ମହାରାଷ୍ଟ୍ରରେ ନୂତନ ମନ୍ତ୍ରୀ ପରିଷଦର ଶପଥ ଗ୍ରହଣ ସମାରୋହରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ୱରେ ନୂତନ...

ଡିସେମ୍ବର ୨୫ରେ ମିଳିବ ‘ସୁଭଦ୍ରା’ ଟଙ୍କା, ଜାଣନ୍ତୁ ଏଥର କିଏ ପାଇବେ ଆଉ କିଏ ପଡ଼ିବେ ବାଦ୍‌, ବିସ୍ତୃତ ତଥ୍ୟ ଦେଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ

ଭୁବନେଶ୍ୱର,୪ା୧୨: ଆସନ୍ତା ୨୫ ତାରିଖରେ ସୁଭଦ୍ରା ଟଙ୍କା ମିଳିବ। ଏନେଇ ବିସ୍ତୃତ ତଥ୍ୟ ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ। ସୁଭଦ୍ରା ଯୋଜନା ଅଧୀନରେ...

ପୁଅ-ବୋହୂଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଥିଲେ ନିଆଁ, ବୋହୂଙ୍କ ମୃତ୍ୟୁ ପରେ ବନ୍ଧା ହେଲେ…

ବାରଙ୍ଗ,୪ା୧୨: କଟକ ଜିଲା ବାରଙ୍ଗ ଥାନା ଗୋଡ଼ିସାହିଫାଣ୍ଡି ଅଧିନସ୍ଥ ବାରସିଙ୍ଗା ଗ୍ରାମରେ ପୁଅବୋହୂଙ୍କୁ ପେଟ୍ରୋ ଢାଳି ନିଆଁ ଲଗାଇବା ଘଟଣାର ମୁଖ୍ୟ ଅଭିଯୁକ୍ତ ବାପା ଗୋବର୍ଦ୍ଧନଙ୍କୁ...

ଥରିଲା ମାଲକାନଗିରି

ମାଲକାନଗିରି,୪ା୧୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ବୁଧବାର ସକାଳେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ୭ଟାରୁ ୭.୩୦ ମଧ୍ୟରେ ୩ରୁ ୪ ସେକେଣ୍ଡ ଏହା ଅନୁଭୂତ...

ଦ୍ରୁତ ଗତିରେ ଆସୁଥିଲା ବସ୍‌, ଚକାତଳେ ପଶିଗଲେ ବାଇକ୍‌ଚାଳକ, ଆଉ ତା’ ପରେ…

ଗଜପତି,୪ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠ ଦେବିତି ଗ୍ରାମ ନିକଟରେ ଗୋଟିଏ ଘରୋଇ ବସ୍‌ ସହ ବାଇକ୍‌ର ମୁହାଁମୁହିଁ ଧକ୍କା ହେବାରୁ...

ଖୁବଶୀଘ୍ର ଗଞ୍ଜାମ ଏବଂ ଢେଙ୍କାନାଳରେ ଖୋଲିବ ଆୟୁଷ ହସପିଟାଲ

ଭୁବନେଶ୍ୱର,୪।୧୨: ଓଡିଶାର ଗଞ୍ଜାମ ଏବଂ ଢେଙ୍କାନାଳ ଜିଲାରେ ଖୁବ ଶୀଘ୍ର ଆୟୁଷ ଡାକ୍ତରଖାନା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଘୋଷଣା...

ଯାତ୍ରା ଷ୍ଟେଜ୍‌ରେ ସାପ ଖେଳାଇଥିବା କଳାକାରଙ୍କୁ ଗିରଫ କଲା ବନ ବିଭାଗ

ହିଞ୍ଜିଳିକାଟୁ,୪ା୧୨(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ରାଳବ ଗ୍ରାମରେ ଗତ ମାସରେ ଅନୁଷ୍ଠିତ କାଞ୍ଜିଅଁଳା ଯାତ୍ରା ଷ୍ଟେଜ୍‌ରେ ବିଷଧର ସାପକୁ ଖେଳାଇବା ଘଟଣାରେ ଜଣେ...

ବରଗଡ଼ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭସ୍ତମ୍ଭ, ଜୀରାନଦୀ ହେବ ଯମୁନା

ବରଗଡ଼,୪ା୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହୋଇ ଜାନୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ। ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri