ବଲିଉଡ୍‌ରେ ଜଲଓ୍ବା ଦେଖାଇବେ କିଙ୍ଗ ଖାନଙ୍କ ଝିଅ!

ମୁମ୍ବାଇ: ବଲିଉଡ୍‌ରେ ଏଣ୍ଟ୍ରି କରିବେ କିଙ୍ଗ ଖାନ ଶାହାରୁଖଙ୍କ ଝିଅ ସୁହାନା। ବାପାଙ୍କ ପରେ ସେ ବଲିଉଡ୍‌ରେ ନିଜର ଜଲଓ୍ବା ଦେଖାଇବେ। ଅନେକ ଦିନ ହେବ ଏହି ଖବର ଶୁଣିବାକୁ ମିଳୁଥିବା ବେଳେ ଏବେ ଏହା ସ୍ପଷ୍ଟ ହୋଇଛି। ନିର୍ଦ୍ଦେଶିକା ଜୋୟା ଅଖତର ସୁହାନଙ୍କୁ ତାଙ୍କ ଫିଲ୍ମରେ ବ୍ରେକ ଦେବା ନେଇ ଚର୍ଚ୍ଚା ହେଉଛି। ନିକଟରେ ଜୋୟା ଅଖତରଙ୍କ ଅଫିସ ବାହାରେ ସୁହାନାଙ୍କୁ ଦେଖିବାକୁ ମଳିଥିଲା। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା। ଫଟୋ ଭାଇରାଲ ହେବା ପରେ ଜୋୟା ଙ୍କ ଅପକମିଂ ଫିଲ୍ମରେ ସୁହାନା ବଲିଉଡ୍‌ରେ ଏଣ୍ଟ୍ରି କରିବେ ବୋଲି ଚର୍ଚ୍ଚା ଜୋର ଧରିଛି।
ଜୋୟା ‘ଆର୍ଚି କମିକ୍ସ’ ଉପରେ ଏକ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ସୁହାନାଙ୍କ ବ୍ୟତୀତ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ଏବଂ ଅମିତାଭ ବଚ୍ଚନଙ୍କ ନାତୀ ଅଗସ୍ତ୍ୟା ନନ୍ଦାଙ୍କୁ ଲଞ୍ଚ କରିପାରନ୍ତି। ତେବେ ଏହି ଖବର କେତେ ସତ କେତେ ମିଛି ତାହା ପୂରା ଘଟଣା ସାମ୍ନାକୁ ଆସିବା ପରେ ହିଁ ଜଣାପଡିବ। ଶାହାରୁଖଙ୍କ ଝିଅ ସୁହାନା ଖାନ ନ୍ୟୁୟର୍କରେ ଆକ୍ଟିଂରେ ପାଠ ପଢ଼ିଛନ୍ତି। ସେ ଗତ ବର୍ଷ ନ୍ୟୁୟର୍କରୁ ଭାରତ ଫେରିଛନ୍ତି। ନ୍ୟୁୟର୍କରେ ରହୁଥିବାବେଳେ ସୁହାନା ଅନେକ ଆକ୍ଟିଂ ଭିଡିଓରେ କାମ କରିଛନ୍ତି। ସେ ଅନେକ ସର୍ଟ ଫିଲ୍ମରେ କାମ କରିଛନ୍ତି ଏବଂ ତାଙ୍କ ଅଭିନୟର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Share