Categories: ଫୁରସତ

ଷ୍ଟେଜ୍‌ରେ ନିଜ ଜୋତାରେ ପାଣି ଢାଳି ପିଇଲେ ଗାୟକ

ଗାୟକ ତଥା ଲେଖକ ହ୍ୟାରି ଷ୍ଟାଇଲ୍ସ ପର୍ଥରେ ତାଙ୍କର କନସର୍ଟ ସମୟରେ ନିଜ ଜୋତାରେ ପାଣି ପିଇଛନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅଷ୍ଟ୍ରେଲିଆର ଏକ ପ୍ରସିଦ୍ଧ ପରମ୍ପରାକୁ ଆଗେଇ ନେଇ ସେ ପର୍ଥରେ ଏକ କନ୍ସର୍ଟରେ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ୨୦ ଫେବୃଆରୀ ରାତିରେ ପର୍ଥରେ ଏକ ଅଷ୍ଟ୍ରେଲିୟ କନସର୍ଟ ସମୟରେ ହ୍ୟାରି ନିଜ ପିନ୍ଧା ଜୋତାରେ ପାଣି ପିଇ ନିଜର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହା ଦେଖି ଉପସ୍ଥିତ ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଏହାପରେ ହ୍ୟାରି ଉପସ୍ଥିତ ଦର୍ଶକଙ୍କୁ ପଚାରିଥିଲେ, କାହା ପାଖରେ ଏମିତି କିଛି ପାନୀୟ ଅଛି, ଯାହା ଉଧାର ଦେବାରେ କାହାର ଅସୁବିଧା ନାହିଁ। ସେ ଆହୁରି ମଧ୍ୟ ତାଙ୍କ ପ୍ରଶଂସକମାନଙ୍କୁ ପଚାରିଛନ୍ତି, ଆମେ ପାଣି ସହ ଶୋ’ କରି ପାରିବା ନା ଏହା ନିୟମ ବିରୁଦ୍ଧ ଅଟେ?
ଶୋ ପରେ ହ୍ୟାରି ଅଜବ ପରମ୍ପରା ଉପରେ ମନ୍ତବ୍ୟ ଦେଇ କହିଛନ୍ତି, ମୁଁ ନିଜକୁ ଜଣେ ଭିନ୍ନ ବ୍ୟକ୍ତି ପରି ଭାବେ। ମୁଁ ନିଜକୁ ଲଜ୍ଜିତ ଅନୁଭବ କରେ। ଏହା ଅତ୍ୟନ୍ତ ବ୍ୟକ୍ତିଗତ ଚିନ୍ତାଧାରା। ମୁଁ ଏନେଇ ବିସ୍ତୃତ ଭାବେ ମୋର ଡାକ୍ତରଙ୍କ ଆଲୋଚନା କରିବି। ଏହା ସବୁଠାରୁ ଘୃଣ୍ୟ ପରମ୍ପରା ମଧ୍ୟରୁ ଅନ୍ୟତମ।
ଏହା ପୂର୍ବରୁ ମଧ୍ୟ ଅଷ୍ଟ୍ରେଲିଆରେ ଆୟୋଜିତ ଅନେକ କାର୍ଯ୍ୟକ୍ରମରେ ଏହି ପ୍ରକାର ପ୍ରଦର୍ଶନ କରାଯାଇଛି। ଫର୍ମୁଲା ୱାନ ଡ୍ରାଇଭର ଡାନିଏଲ ରିକାର୍ଡୋ ଷ୍ଟେଜରେ ଜୋତାରେ ମଦ ଢାଳି ପିଇଥିଲେ।

Share