ଆବର୍ଜନାରେ ଅଣନିଃଶ୍ୱାସୀ

କେନ୍ଦୁଝର, ୬।୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ମୁଖ୍ୟାଳୟର ସାୈନ୍ଦର୍ଯ୍ୟକରଣ ନାମରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। କିନ୍ତୁ ସହରର ଡ୍ରେନେଜ, ରାସ୍ତାଘାଟକୁ ସଫେଇ କରାଯାଉ ନ ଥିବାରୁ ସ୍ଥାନୀୟ ବାସିନ୍ଦା ନର୍କଯନ୍ତ୍ରଣା ଭୋଗୁଛନ୍ତି। ଅନ୍ୟପକ୍ଷରେ ମଶାମାଛିଙ୍କ ପ୍ରଦୁର୍ଭାବରେ ସହରବାସୀ ଅତିଷ୍ଠ ହୋଇପଡିଲେଣି। ଏବେ ରାଜ୍ୟରେ ଡେଙ୍ଗୁ ବ୍ୟାପୁଥିବାରୁ ଲୋକେ ଭୟଭୀତ ହୋଇପଡୁଛନ୍ତି। ଗତ ୩ ବର୍ଷ ହେଲା ମଶା ତେଲ କିଣାଯାଇ ନ ଥିବାରୁ ମଶା ନିରାକରଣ ଯୋଜନା ଫେଲ୍‌ ମାରିଛି ା କେବଳ ବଡବଡିଆ ବାବୁଙ୍କ ଘରେ ମଶା ଧୂଆଁ ସ୍ପ୍ରେ କରି ଦାୟିତ୍ୱ ଶେଷ କରିଦିଆଯାଉଛି ବୋଲି ପୂର୍ବତନ ପାୈରାଧ୍ୟକ୍ଷ ପ୍ରଭଞ୍ଜନ ପଟ୍ଟନାୟକ କହିଛନ୍ତି ା
ମ୍ୟାଲେରିଆପ୍ରବଣ କେନ୍ଦୁଝର ସହରର ବିଭିନ୍ନ ସାହି, ବସ୍ତିରେ ମାସ ମାସ ଧରି ବିଭିନ୍ନ ନାଳନର୍ଦ୍ଦମାରେ ପାଣି ଜମା ହୋଇରହୁଛି। ପୋଖରୀଗୁଡିକର ପାଣି ବିଶୋଧନ କିମ୍ବା ସଫେଇ ହେଉ ନ ଥିବାରୁ ସେସବୁ ମଧ୍ୟ ମଶାମାଛିଙ୍କ ଉପତ୍ତ୍ତିସ୍ଥଳ ପାଲଟିଛି। ଦିନରାତି ମଶାଙ୍କ ଦାଉରୁ ଲୋକମାନେ ଘର ଭିତରେ ବସିପାରୁନାହାନ୍ତି ବୋଲି ଆଇନଜୀବୀ ଅଶୋକ ଦାସ କହିଛନ୍ତି ା ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ମଶା ତେଲ ପକାଯାଉନାହିଁ କିମ୍ବା ମଶା ଧୂଆଁ ଛଡା ଯାଉ ନ ଥିବାରୁ ସାହିବାସୀ ପ୍ରତିବାଦ କରିବାକୁ ଏକଜୁଟ ହେଉଛନ୍ତି ା ମଶା ପରିଚାଳନାରେ ପାୈରପ୍ରଶାସନ ଫେଲ୍‌ ମାରୁଥିବାରୁ ଏନେଇ ପ୍ରତିବାଦ କରାଯିବ ବୋଲି ଜିଲା ସମ୍ପାଦକ ଶିବ କୁମାର ରାଠୋର କହିଛନ୍ତି ା
ଦୁଇଟି ଗାଡି ସହିତ ମଶା ସ୍ପ୍ରେ ଓ ଦୁଇଟି ହାତରେ ପରିଚାଳିତ ସ୍ପ୍ରେ ଭଳି ମେଶିନ ପାୈରପାଳିକା ଅଫିସରେ ଖତ ଖାଇବାକୁ ବସିଥିଲେ ହେଁ ବ୍ୟବହାର ହୋଇପାରୁନାହିଁ। ସେସବୁ ମରାମତି ଅଭାବରୁ ଖରାପ ହୋଇପଡିଥିବା ବିଭାଗୀୟ କର୍ମଚାରୀମାନେ ସଫେଇ ଦେଉଛନ୍ତି ା କିନ୍ତୁ ଡିଏମଏଫରୁ କୋଟି କୋଟି ଟଙ୍କା ସାୈନ୍ଦର୍ଯ୍ୟକରଣ, ନୂଆ ମେଶିନ କିଣାରେ ଖର୍ଚ୍ଚ କରାଯାଉଛି ଅଥଚ ସେସବୁ ମେଶିନର ମରାମତି କରାଯାଉ ନ ଥିବାରୁ ପାୈରପ୍ରଶାସନର ପାରିବାପଣିଆ ଉପରେ ସହରବାସୀ ପ୍ରଶ୍ନ ଉଠାଇଛନ୍ତି। ଜିଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଘାସିନାଥ ମୁର୍ମୁ କହିଛନ୍ତି, ମ୍ୟାଲେରିଆ ଓ ଡେଙ୍ଗୁ ନିରାକରଣ ପାଇଁ ପାୈର ପ୍ରଶାସନ ପଦକ୍ଷେପ ନେବା ଜରୁରୀ ା ତେବେ କାହିଁକି ମଶା ତେଲ କିଣାଯାଉନାହିଁ ଓ ସ୍ପ୍ରେ ହେଉନାହିଁ ସେନେଇ ଆଶ୍ଚର୍ଯ୍ୟ ବ୍ୟକ୍ତ କରିବା ସହ ପଦକ୍ଷେପ ନେବେ ବୋଲି କହିଛନ୍ତି ା

 


Enter your email to get our daily news in your inbox.

All Right Reserved By Dharitri.Com

ବେସାହାରା ଲଳିତାଙ୍କୁ ସାହାରା ଦେବାକୁ ଦାବି, ପାଠ ସହିତ ବଞ୍ଚିବାର ସହାୟତା ଆଶାରେ ଲଳିତା

କେନ୍ଦୁଝର,୧୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ) : କଥାରେ ଅଛି ଦୁଃଖ ଯେତେବେଳେ ପରିବାର ବନ୍ଧୁବର୍ଗଙ୍କୁ ସାଙ୍ଗରେ ନେଇକି ଆସେ । ଏଭଳି ଏକ ଦୁଃଖଦ ଘଟଣା...

ଉଦ୍ଧାର ହାତୀ ଛୁଆ ନନ୍ଦନକାନନ ସ୍ଥାନାନ୍ତର

କେନ୍ଦୁଝର,୧୪।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ରବିବାର ସକାଳେ ଏକ ହାତୀ ଛୁଆ ଉଦ୍ଧାର ହୋଇଛି। ପିସିସିଏଫ (ବନ୍ୟପ୍ରାଣୀ)ଙ୍କ ନିର୍ଦ୍ଦେଶ ଅନୁଯାୟୀ, ଉକ୍ତ ଛୁଆକୁ ବନ ବିଭାଗ...

ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ଆନନ୍ଦପୁର, ୧୩।୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଧୀନ ଆନନ୍ଦପୁର ଅତିରିକ୍ତ ଜଜିଲା ଦୌରାଜଜ୍‌ଙ୍କ କୋର୍ଟରେ ଶୁକ୍ରବାର ଏସଟି କେସ ନଂ ୫୪/୨୦୨୨ର...

ପ୍ରସ୍ତାବିତ ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ କଡ଼ା ସୁରକ୍ଷାରେ ଚାଲିଛି ଗ୍ରାମସଭା: ଗ୍ରାମବାସୀଙ୍କ ଏସବୁ ଦାବି ପୂରଣ ନ ହେଲେ…

ପାଟଣା,୧୨ା୧୨(ବୀରକିଶୋର ଦାଶ): ପ୍ରସ୍ତାବିତ ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଭୃଙ୍ଗରାଜପୋଷିରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗ୍ରାମସଭା ଅନୁଷ୍ଠିତ ହୋଇଛି। ସ୍ଥାନୀୟ ବାସିନ୍ଦା କହିଛନ୍ତି ଆମ ଭିଟା...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ସାଇବର ଠକେଇ ଅଭିଯୋଗରେ ୩ ଗିରଫ : ଅଭିଯୁକ୍ତଙ୍କ ନିକଟରୁ ଜବତ ହେଲା…

ଆନନ୍ଦପୁର,୯।୧୨(ସୁଶାନ୍ତ କୁମାର ସାହୁ): ପୃଥକ ଦୁଇଟି ମାମଲାରେ ୩ ଜଣ ସାଇବର ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗୋଟିଏ ମାମଲା...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri