
ସୁନ୍ଦରଗଡ,୧୨।୧୨(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡରେ ପୁଣି ଘଟିଛି ଅମାନବୀୟ ଘଟଣା। ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ ପରେ ୮ବଙ୍ଗୀୟ ମିସ୍ତ୍ରୀଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଥାନାରେ ଜିମା ଦେଇଛନ୍ତି ଉତ୍ତ୍ୟକ୍ତ ଲୋକ। ଏପରି ଘଟଣା ଘଟିଛି ସୁନ୍ଦରଗଡର ଟାଉନଥାନା ମିଶନରୋଡ ନିକଟରେ।
ଘଟଣା ଅନୁଯାୟୀ, ଜନୈକ ବ୍ୟକ୍ତି ଘରେ ପଶି ମହିଳାଙ୍କୁ ଦୁର୍ବ୍ୟବହାର କରିଛନ୍ତି। ଘଟଣାକୁ ନେଇ ଏକ ଗୋଷ୍ଠୀର ଲୋକେ ରାଗିଯାଇ ୮ଜଣ ବଙ୍ଗୀୟ ମିସ୍ତ୍ରୀଙ୍କୁ ନିସ୍ତୁକ ମାଡ ମାରିଛନ୍ତି। ଅଭିଯୁକ୍ତ ସହିତ ସେହି ଅଞ୍ଚଳରେ କାମ କରୁଥିବା ୮ ଜଣ ବଙ୍ଗୀୟ ମିସ୍ତ୍ରୀଙ୍କୁ ଉଲଗ୍ନ କରି ଲୋକେ ପିଟିବା ସହ ହାତ ବାନ୍ଧି ରାସ୍ତାରେ ଚଳାଇ ଚଳାଇ ଥାନାକୁ ନେଇଛନ୍ତି।
ଟାଉନ ଥାନା ମିଶନ ରୋଡ ନିକଟ ଅଞ୍ଚଳରେ ଜଣକ ଘରେ ପଶି ଯୁବତୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଏକ ଗୋଷ୍ଠୀର ଲୋକ ଉତ୍ତ୍ୟକ୍ତ ହୋଇ ଉଠିଛନ୍ତି। ଏନେଇ ଅଭିଯୁକ୍ତଙ୍କ ସହିତ ସେହି ଅଞ୍ଚଳରେ କାମ କରୁଥିବା ୮ ଜଣ ବଙ୍ଗୀୟ ମିସ୍ତ୍ରୀଙ୍କୁ ଫୁଙ୍ଗୁଳା କରି ପିଟିବା ସହ ହାତ ବାନ୍ଧି ରାସ୍ତାରେ ଚଳାଇ ଚଳାଇ ଥାନାକୁ ଆଣିଛନ୍ତି।