ଦିଅର ଦେଉଥିଲେ ଅମାନୁଷିକ ନିର୍ଯାତନା

ସୁନ୍ଦରଗଡ଼,୯ା୧୦(ଜୟ ନାରାୟଣ ମେଣ୍ଡୁଳି):ସୁନ୍ଦରଗଡ଼ ସହର ଉପକଣ୍ଠ ଇବ୍‌ନଦୀ ପୋଲ ଉପରୁ ଶୁକ୍ରବାର ଉଦ୍ଧାର ହୋଇଥିବା ୨ ବିବସ୍ତ୍ର ମହିଳାଙ୍କ ପରିଚୟ ମିଳିଥିବା ବେଳେ ତାଙ୍କ ସହିତ ଘଟିଥିବା ଅମାନୁଷିକ ନିର୍ଯାତନା ଘଟଣା ପଦାକୁ ଆସିଛି। ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳ ଖଇରମୁଣ୍ଡାରେ ଉଭୟଙ୍କ ଘର। ସେମାନେ ହେଉଛନ୍ତି ମା’ ଓ ଝିଅ। ଦୀର୍ଘ ବର୍ଷ ଧରି ୪୭ ବର୍ଷୀୟ ମହିଳାଙ୍କୁ ଦିଅର ଯୌନ ନିର୍ଯାତନା ଦେଇଆସୁଥିଲେ। ଏପରିକି ତାଙ୍କ ୩ ଝିଅ ମଧ୍ୟ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ୩ଝିଅଙ୍କ ମଧ୍ୟରୁ ୨ ଜଣ ଘର ଛାଡ଼ି ଚାଲିଯାଇଥିଲେ। ମା’ଙ୍କ ସହ ଘରୁ ଚାଲି ଆସିଥିବା ୨୩ବର୍ଷୀୟା ଝିଅ ମୁମ୍ବାଇରେ କାମ କରି ଗତ କିଛିଦିନ ହେବ ଘରକୁ ଆସିଥିବା ବେଳେ ସେ ପୁଣି ଯୌନ ନିର୍ଯାତନାର ଶିକାର ହୋଇଥିବା କାଉନ୍‌ସେଲିଂ ବେଳେ ଜଣାପଡ଼ିଛି। ସେମାନେ ନିଜକୁ ବଞ୍ଚାଇବା ପାଇଁ ଘର ଛାଡ଼ି ଚାଲି ଆସିଥିବା କହିଛନ୍ତି। ମାନସିକ ସ୍ତରରେ ମା’ ଝିଅ ଅତ୍ୟନ୍ତ ଭୟଭୀତ ଥିବା ବେଳେ ଝିଅଟି ବର୍ତ୍ତମାନ ପର୍ଯ୍ୟନ୍ତ ପାଟି ଖୋଲି ନ ଥିବା ଆସ୍ଥା ଗୃହ ସମ୍ପାଦିକା ସ୍ନେହଲତା ପଟେଲ ସୂଚନା ଦେଇଛନ୍ତି। ରାସ୍ତାରେ ମଧ୍ୟ ସେମାନେ ବଳାତ୍କାରର ଶିକାର ହୋଇଥିବା ଆଶଙ୍କା କରାଯାଉଛି। ଓଡ଼ିଶା ସୀମାନ୍ତବର୍ତ୍ତୀ ଝାଡ଼ଖଣ୍ଡ ରାଜ୍ୟର ଏହି ୨ ମହିଳା କିଭଳି ସୁନ୍ଦରଗଡ଼କୁ ଆସିଲେ ସେ ନେଇ ଅଧିକ ପଚରାଉଚରା ଚାଲିଛି। ସମ୍ପାଦିକା ଏହି ସମ୍ପର୍କରେ ଏସ୍‌ପି ପ୍ରତ୍ୟୁଷ ଦିବାକର ଏବଂ ଟାଉନଥାନାକୁ ଅବଗତ କରିଛନ୍ତି। ରବିବାର ସ୍ବତନ୍ତ୍ର ଡାକ୍ତରୀ ଦଳ, ମନସ୍ତତ୍ତ୍ୱବିତ୍‌ ଓ ପୋଲିସ ଏହି ୨ ମହିଳାଙ୍କୁ ପଚରାଉଚରା କରିଥିଲେ। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ଜଣାପଡ଼ିଛି। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଗମ୍ଭୀରତା ସହ ନେଇ ପୋଲିସ ପ୍ରଶାସନ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ସ୍ବାଭାବିକ ସ୍ଥିତିକୁ ଆସିଲା ପରେ ସେମାନଙ୍କ ପ୍ରକୃତ କାରଣ ଜଣାପଡ଼ିବ ବୋଲି ସ୍ନେହଲତା କହିଛନ୍ତି। ଚିହ୍ନଟ ପାଇଁ ସେମାନଙ୍କ ଫଟୋ ଜିଲାର ବିଭିନ୍ନ ଥାନା ଓ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟର ଥାନାକୁ ପଠାଯାଇଛି। ଏନେଇ ଏସ୍‌ପି ଦିବାକର ସୂଚନା ଦେଇଛନ୍ତି। ଏହି ମହିଳାଙ୍କ ପ୍ରତି ହୋଇଥିବା ଅମାନୁଷିକ କାର୍ଯ୍ୟକୁ ସବୁଠି ନିନ୍ଦା କରାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ସୂଚନା ଅନୁଯାୟୀ, ଶୁକ୍ରବାର ସୁନ୍ଦରଗଡ ଉପକଣ୍ଠ କଲେଜ ବାଇପାସ ଇବ ନଦୀ ପୋଲ ଉପରେ ୨ ବିବସ୍ତ୍ର ମହିଳା ଚାଲି ଚାଲି ଯାଉଥିଲେ। ଶହ ଶହ ଯାତ୍ରୀ ସେଇ ରାସ୍ତା ଦେଇ ଯାଉଥିଲେ ମଧ୍ୟ କେହି ଜଣେ ଏଭଳି ଲଜ୍ଜିତ ଦୃଶ୍ୟ ପାଇଁ ଦୟା ଦେଖାଇ ନ ଥିଲେ। ନିଜ ଘରୁ ଆଦିବାସୀ ମଞ୍ଚ ଘେରାଉ କାର୍ଯ୍ୟକ୍ରମକୁ ଯାଉଥିବା ବିଧାୟିକା କୁସୁମ ଟେଟେ ଏହି ୨ ମହିଳାଙ୍କୁ ଦେଖି ଗାଡ଼ି ଅଟକାଇ ଥିଲେ। ଆଦିବାସୀ ନେତାଙ୍କୁ ସମ୍ବର୍ଦ୍ଧିତ କରିବାକୁ ସାଙ୍ଗରେ ନେଉଥିବା ଗାମୁଛାରେ ୨ ମହିଳାଙ୍କୁ ଘୋଡ଼ାଇ ଦେଇଥିଲେ। ପରେ ସଦର ଥାନା ପୋଲିସ ସହାୟତାରେ ସେମାନଙ୍କୁ ଆସ୍ଥା ଗୃହକୁ ପଠାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନଭେମ୍ବର ୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ପୁରୀ,୨୭।୧୦: ନୂଆ ଟେଣ୍ଡର ପାଇଥିବା କମ୍ପାନୀ ବିରୋଧରେ ପୁରୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ଅସନ୍ତୋଷ ପ୍ରକାଶ କରି ରବିବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ...

ଶିମିଳିପାଳକୁ ଆସିଲା ମହାରାଷ୍ଟ୍ର ମହାବଳ

ଭୁବନେଶ୍ୱର,୨୭ା୧୦: ରାଜ୍ୟରେ ବାଘର ବଂଶ ବିସ୍ତାର ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଏଥିପାଇଁ ମହାରାଷ୍ଟ୍ରରୁ ଏକ ମହାବଳ ବାଘ ଆଣି ମୟୁରଭଞ୍ଜର ଶିମିଳିପାଳରେ ଛଡ଼ାଯାଇଛି।...

ଦାରିଙ୍ଗବାଡ଼ିରେ ବଦଳିଲା ପାଗ: କୁହୁଡ଼ି ସାଙ୍ଗକୁ ଝିପିଝିପି ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡ଼ି,୨୭ା୧୦: ଶୀତ ଦିନ ଆସିଲେ ଦାରିଙ୍ଗବାଡ଼ିକୁ କେହିକେହି ଓଡ଼ିଶାର ଦାର୍ଜିଲିଂ କୁହନ୍ତି ତ ଆଉ କେହି କେହି ଓଡ଼ିଶାର କଶ୍ମୀର ବୋଲି କହିଥାନ୍ତି। ସତରେ ଦାରିଙ୍ଗବାଡ଼ିର...

ଜେଜେଙ୍କ ଦ୍ୱାଦଶ କ୍ରିୟାରେ ନାଳରେ ବୁଡ଼ି ନାତି ନିଖୋଜ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଭଦ୍ରକ,୨୭ା୧୦(ସନାତନ ରାଉତ): ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ପଣ୍ଡାପାଟଣା ଗ୍ରାମର ରୁଦ୍ର ପଣ୍ଡା(୨୦) କଲଭର୍ଟ ନିକଟରେ ଥିବା ଏକ ନାଳରେ ଗାଧୋଉଥିଲାବେଳେ ଗୋଡ଼ ଖସିଯାଇଥିଲା।...

ଖବରଦାତା ସମ୍ମିଳନୀରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରଶଂସା, କହିଲେ ସମସ୍ତଙ୍କ ସହଯୋଗରେ ବିପଦକୁ…

ଭଦ୍ରକ,୨୭ା୧୦(ସନାତନ ରାଉତ): ବାତ୍ୟା ଦାନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ କ୍ରୀଡ଼ା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭଦ୍ରକ ଜିଲା ଦାୟିତ୍ୱରେ ଥିଲେ।...

ଜଙ୍ଗଲରେ ଚାଲିଥିଲା ଜୁଆଖେଳ, ପୋଲିସ ଗାଡ଼ି ଦେଖି ମାରୁଥିଲେ ଫେରାର, ଆଉ ତା’ ପରେ…

ଦାରିଙ୍ଗବାଡ଼ି,୨୭ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଏକ ଜୁଆଆଡ୍ଡାରେ ଚଢ଼ାଉ କରାଯାଇଛି। ଏଥିରେ ସମ୍ପୃକ୍ତ ୧୩ ଜଣଙ୍କୁ ପୋଲିସ ଗିରଫ କରିବା ସହ...

ଅଧରାତିରେ କେମିତି ଜଳବନ୍ଦୀଙ୍କୁ ଉଦ୍ଧାର କଲେ, ଖବରଦାତା ସମ୍ମିଳନୀରେ କହିଲେ ପୂରା ଘଟଣା…

ଭଦ୍ରକ,୨୭ା୧୦: ବାତ୍ୟା ଦାନା ଟଳି ଯିବା ପରେ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା। ଦୁଇ ଦିନ ପରେ ଏବେବି...

ମଶାଧୂପରୁ ଶ୍ୱାସରୁଦ୍ଧ ହୋଇ ମା’-ଝିଅ ସମେତ ୩ ଅସୁସ୍ଥ

ତିହିଡ଼ି,୨୭ା୧୦(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ କାଁପଡା ପଞ୍ଚାୟତ ଅଧୀନ ଦକ୍ଷିଣପାରି ଗ୍ରାମରେ ମଶାଧୂପରେ ଶ୍ୱାସରୁଦ୍ଧ ହୋଇ ମା-ଝିଅ ସମେତ ୩ଜଣ ଅସୁସ୍ଥ ହୋଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri