ଇଞ୍ଜେକଶନ୍‌ରେ ପାଣି ଭର୍ତ୍ତି କରି ୨୮୦୦୦ ଟଙ୍କାରେ ବିକ୍ରି….

ନାଗପୁର,୨୧।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ି ଚାଲିଥିବାବେଳେ ନକଲି ଇଞ୍ଜେକଶନ୍‌ କାରବାର ହେଉଥିବା ଅଭିଯୋଗ ହେଉଛି। ମହାରାଷ୍ଟ୍ରରେ ରେମଡେସିଭିର୍‌ କରୋନା ଇଞ୍ଜେକଶନରେ ପାଣି ଭର୍ତ୍ତି କରି ଏହାକୁ ୨୮୦୦୦ ଟଙ୍କାରେ ବିକ୍ରି କରୁଥିବା ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ନାଗପୁରର ସାକାରଦାରା ଅଞ୍ଚଳରୁ ଏକ୍ସ୍‌-ରେ-ଟେକ୍ନିସିଆନ୍‌ ଭାବେ କାମ କରୁଥିବା ଅଭିଳାଷ ପେଟକାର ଏବଂ ଅନିକେତ ନନ୍ଦେଶ୍ୱର ନାମକ ଦୁଇ ଯୁବକଙ୍କୁ ଗିରଫ କରାଯାଇଛି। ସେମାନେ ଜଣେ ବ୍ୟକ୍ତିଙ୍କୁ ପାଣି ଭର୍ତ୍ତି ଇଞ୍ଜେକଶନ୍‌ ୪୦ ହଜାର ଟଙ୍କାର ବିକ୍ରି କରୁଥିଲେ। ତେବେ ସମ୍ପୃକ୍ତ ବ୍ୟକ୍ତି ଏତେ ଟଙ୍କା ଦେବାକୁ ରାଜି ନ ହେବାରୁ ମୁଲଚାଲ କରି ଏହାକୁ ୨୮୦୦୦ଟଙ୍କାରେ ବିକ୍ରି କରିବାକୁ କଥା ଛିଣ୍ଡିଥିଲା। ଇଞ୍ଜେକଶନିକୁ ନେଇ ସନ୍ଦେହ ହେବାରୁ ବ୍ୟକ୍ତି ଜଣକ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଥିବା ଇନସ୍ପେକ୍ଟର ସତ୍ୟଓ୍ବାନ ମାନେ ସୂଚନା ଦେଇଛନ୍ତି।

Share