ପାରାଦୀପ ମାଛଧରା ବନ୍ଦର ପୋତାଶ୍ରୟରେ ଆହତ ଡଲ୍‌ଫିନ୍‌

ପାରାଦୀପ,୧୬ା୭(ଶରତ ରାଉତ): ପାରାଦୀପ ନେହେରୁବଙ୍ଗଳା ମାଛଧରା ବନ୍ଦର ପୋତାଶ୍ରୟ ମଧ୍ୟରେ ରବିବାର ସକାଳେ ଏକ ଆହତ ଡଲଫିନ୍‌ ଦେଖିବାକୁ ମିଳିଛି। ପୋତାଶ୍ରୟର ୪ ନମ୍ବର ବର୍ଥରେ ଥିବା ଏକ ଅଚଳ ବୋଟ୍‌ ମଧ୍ୟରେ ଡଲଫିନ୍‌ ଆତଯାତ ହେଉଛି।

ଆହତ ଥିବାରୁ ବାହାରକୁ ଯାଇ ପାରୁନାହିଁ। ତାକୁ ଉଦ୍ଧାର ପାଇଁ ମତ୍ସ୍ୟବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି।