Categories: ଖେଳ

ପାକିସ୍ତାନକୁ ବଡ଼ ଝଟ୍‌କା

କଲମ୍ବୋ,୧୧।୯: ୨୦୨୩ ଏସିଆ କପର ସୁପର-୪ ରାଉଣ୍ଡରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଚାଲିଛି। ତେବେ ବର୍ଷା ହେତୁ ରବିବାର ଦିନ ଭାରତ-ପାକିସ୍ତାନ ମ୍ୟାଚ ଶେଷ ହୋଇପାରି ନ ଥିଲା। ଏହି ମ୍ୟାଚ ରିଜର୍ଭ ଡେ’ରେ ଖେଳାଯାଉଛି। ଆଜି ଦୁଇ ଦଳ ମଧ୍ୟରେ ମ୍ୟାଚ୍‌ ଚାଲିଥିବାବେଳେ ପାକିସ୍ତାନକୁ ଏକ ବଡ଼ ଝଟ୍‌କା ଲାଗିଛି।
ପାକିସ୍ତାନର ତାରକା ଦ୍ରୁତ ବୋଲର ହାରିସ ରୌଫ ରବିବାର ଭାରତ ବିପକ୍ଷ ମ୍ୟାଚରେ ଆହତ ହୋଇଛନ୍ତି। ସତର୍କତା ଅନୁଯାୟୀ ହରିସ ରାଉଫ ଭାରତ ବିପକ୍ଷ ଏସିଆ କପ ସୁପର-୪ ମ୍ୟାଚ୍‌ରେ ଆଉ ବୋଲିଂ କରିବେ ନାହିଁ। ଗତକାଲି ତାଙ୍କୁ ଏମଆରଆଇ ପାଇଁ ନିଆଯାଇଥିଲା। ତେବେ ଏମଆରଆଇରେ ବେଶୀ କିଛି ହୋଇ ନ ଥିବା ଜଣାପଡିଥିଲା। ତଥାପି ସେ ଭାରତ ବିପକ୍ଷ ମ୍ୟାଚରେ ବୋଲିଂ କରିବେ ନାହିଁ। ସେ ଦଳର ମେଡିକାଲ ପ୍ୟାନେଲର ତତ୍ତ୍ୱାବଧାନରେ ଅଛନ୍ତି।
ଭାରତ ବିପକ୍ଷ ମ୍ୟାଚରେ ହରିସ ରୌଫ ପାଞ୍ଚ ଓଭର ବୋଲିଂ କରିଛନ୍ତି। ସେ ୨୭ ରନ ଦେଇଥିଲେ, କିନ୍ତୁ ସେ କୌଣସି ସଫଳତା ପାଇନଥିଲେ। ବର୍ତ୍ତମାନ ସେ ଏହି ମ୍ୟାଚ୍‌ରେ ଆଗକୁ ବୋଲିଂ କରିବାକୁ ସମର୍ଥ ହେବେ ନାହିଁ।

Share