ଅକଲାଣ୍ଡ,୭।୧୨: ନ୍ୟୁଜିଲାଣ୍ଡ ଦଳର ଅଧିନାୟକ କେନ ଓ୍ବିଲିୟମସନ କହୁଣୀ ଜନିତ ସମସ୍ୟା କାରଣରୁ ଆଗାମୀ ଦୁଇ ମାସ ପାଇଁ କ୍ରିକେଟରୁ ଦୂରେଇ ରହିବେ। ଫଳରେ ସେ ଜାନୁୟାରୀରୁ ଆରମ୍ଭ ହେବାକୁ ଥିବା ବାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଲାଗି ଉପଲବ୍ଧ ହେବେ ନାହିଁ। ଏ ନେଇ ମଙ୍ଗଳବାର ସ୍ପଷ୍ଟ କରିଛନ୍ତି ଗ୍ୟାରି ଷ୍ଟିଡ୍।
ତେବେ ଓ୍ବିଲିୟମସନଙ୍କୁ ସର୍ଜରିର ଆବଶ୍ୟକତା ପଡ଼ିବ ନାହିଁ। ସେ ଫେବୃୟାରୀରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ସମ୍ପୂର୍ଣ୍ଣ ଫିଟ୍ନେସ ହାସଲ କରିବେ କୋଚ୍ ଷ୍ଟିଡ୍ ଦୃଢ଼ୋକ୍ତି ଦେଇଛନ୍ତି।