ଲଣ୍ଡନ,୧୮।୮: ଇଂଲଣ୍ଡ ପେସର ମାର୍କ ଉଡ୍ ଭାରତ ବିପକ୍ଷ ତୃତୀୟ ଟେଷ୍ଟ ଖେଳିବା ନେଇ ଆଶଙ୍କା ଦେଖାଦେଇଛି । ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ତାଙ୍କ କାନ୍ଧରେ ଆଘାତ ଲାଗିଛି। ଏବେ ଡାକ୍ତରମାନେ ତାଙ୍କ ଉପରେ ନଜର ରଖିଛନ୍ତି। ଆସନ୍ତା ଦୁଇ ଦିନ ମଧ୍ୟରେ ପରିସ୍ଥିତି ଆହୁରି ସ୍ପଷ୍ଟ ହୋଇଯିବ। ତେବେ ମାର୍କ ଏବଂ ଡାକ୍ତରଙ୍କ ସହ କଥାବାର୍ତ୍ତା ପରେ ହିଁ ଆମେ ନିଷ୍ପତ୍ତି ନେବୁ ବୋଲି ଇଂଲଣ୍ଡର ମୁଖ୍ୟ କୋଚ୍ କ୍ରିସ୍ ସିଲଭରଉଡ୍ କହିଛନ୍ତି।
ନଟିଂହାମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଡ୍ର ହୋଇଥିବା ବେଳେ ଦ୍ୱିତୀୟ ଟେଷ୍ଟକୁ ଭାରତୀୟ ଦଳ ୧୫୧ ରନ୍ରେ ଜିତିଛି। ବର୍ତ୍ତମାନ ଇଂଲଣ୍ଡ ଦଳ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ୦-୧ରେ ପଛରେ ରହିଛି। ଅପରପକ୍ଷେ ପୂର୍ବରୁ ଆଘାତ ସମସ୍ୟା ଯୋଗୁ ଇଂଲଣ୍ଡ କିଛି ପ୍ରମୁଖ ଖେଳାଳିଙ୍କ ବିନା ଖେଳୁଛି। ସେମାନଙ୍କ ମଧ୍ୟରେ ଷ୍ଟୁଆର୍ଟ ବ୍ରଡ, ଜୋଫ୍ରା ଆର୍ଚରଙ୍କ ଭଳି ଖେଳାଳି ସାମିଲ ଅଛନ୍ତି। ବର୍ତ୍ତମାନ ମାର୍କ ମଧ୍ୟ ଉକ୍ତ ତାଲିକାରେ ଯୋଗ ଦେବାର ସମ୍ଭାବନା ଦେଖାଦେଇଛି।