ଆହତ ସମସ୍ୟା ସତ୍ତ୍ୱେ ଦିଲ୍ଲୀରେ ଯୋଗଦେବେ ଅଷ୍ଟ୍ରେଲିଆ ଖେଳାଳି

ନୂଆଦିଲ୍ଲୀ,୩୦।୩: ଅଷ୍ଟ୍ରେଲିଆନ ଅଲରାଉଣ୍ଡର ମିଚେଲ ମାର୍ଶ ଖୁବ୍‌ ଶୀଘ୍ର ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ଯୋଗ ଦେବେ। କିନ୍ତୁ ସେ ଆଗାମୀ ୩ରୁ ୪ ମ୍ୟାଚ୍‌ ଖେଳିପାରିବେ ନାହିଁ। ଆହତ ସମସ୍ୟା ଯୋଗୁ ପାକିସ୍ତାନ ବିପକ୍ଷ ଚଳିତ ସିରିଜରୁ ସେ ବାଦ୍‌ ପଡ଼ିଛନ୍ତି। ଷ୍ଟାର ଅଷ୍ଟ୍ରେଲିଆନ ଖେଳାଳିଙ୍କୁ କ୍ୟାପିଟାଲ୍ସ ୬.୫ କୋଟି ଟଙ୍କାରେ କିଣିଥିଲା। ରବିବାର ଫିଲ୍ଡିଂ ଅଭ୍ୟାସ ବେଳେ ତାଙ୍କ ଗୋଇଠିରେ ଆଘାତ ଲାଗିଥିଲା। ୩୦ ବର୍ଷୀୟ ମାର୍ଶ ଫିଜିଓଥେରାପିଷ୍ଟ ପାଟ୍ରିକ ଫରହାର୍ଟଙ୍କ ତତ୍ତ୍ୱାବଧାନରେ ଭାରତରେ ରହି ଫିଟ୍‌ନେସ ହାସଲ କରିବେ।

“ମାର୍ଶ ଦିଲ୍ଲୀ କ୍ୟାପିଟାଲ୍ସ ସହ ଯୋଡ଼ି ହେବା ପାଇଁ ଭାରତ ଗସ୍ତ କରିବେ। ଆଇସୋଲେଶନ ଶେଷ ହେବା ପରେ ସେ ପୂର୍ବତନ ଅଷ୍ଟ୍ରେଲିଆନ ଫିଜିଓଥେରାପିଷ୍ଟ ଫରହାର୍ଟଙ୍କ ତତ୍ତ୍ୱାବଧାନରେ ସମ୍ପୂର୍ଣ୍ଣ ଫିଟ୍‌ନେସ ହାସଲ କରିବେ” ବୋଲି କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି।

Share