Categories: ଖେଳ

ବାଂଲାଦେଶକୁ ବଡ଼ ଝଟ୍‌କା

ଢାକା,୪ା୮: ପିଠିରେ ଆଘାତ ଯୋଗୁ ବାମହାତି ବ୍ୟାଟର ତାମିମ ଇକ୍‌ବାଲ ବାଂଲାଦେଶ ଦିନିକିଆ ଦଳର ଅଧିନାୟକ ପଦବୀରୁ ଓହରିଯାଇଛନ୍ତି। ସେ ଆଗାମୀ ଏସିଆ କପ୍‌ରେ ଖେଳିପାରିବେ ନାହିଁ। ଏହି ଅନ୍ତର୍ଜାତୀୟ ଦିନିକିଆ ଟୁର୍ନାମେଣ୍ଟ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ପାକିସ୍ତାନ ଓ ଶ୍ରୀଲଙ୍କାରେ ହେବ।

ସୂଚନାଯୋଗ୍ୟ, ତାମିମ ଆଫଗାନିସ୍ତାନ ବିପକ୍ଷ ଘରୋଇ ଅନ୍ତର୍ଜାତୀୟ ଦିନିକିଆ ସିରିଜ ବେଳେ ତାଙ୍କ ଅବସର ଘୋଷଣା କରିଥିଲେ। ହେଲେ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ହସ୍ତକ୍ଷେପ ପରେ ନିଷ୍ପତ୍ତିରୁ ଓହରିଯାଇଥିଲେ।

Share