Categories: ଜାତୀୟ

‘ ଘାଇଲା ବାଘ ବେଶ୍‌ ବିପଦଜନକ ’

କୋଲକାତା,୧୪।୩ : ମୋ ଜୀବନରେ ବହୁ ଆକ୍ରମଣର ସମ୍ମୁଖୀନ ହୋଇଛି। କିନ୍ତୁ ମୁଣ୍ଡ ନୁଆଁଇ ନାହିଁ। ଆଉ ଘାଇଲା ବାଘ ବେଶ୍‌ ବିପଦଜନକ। ହ୍ବିଲଚେୟାରରେ ବସି ରବିବାର କୋଲକାତାରେ ଏକ ରୋଡ୍‌ଶୋରେ ଏଭଳି କହି ପ୍ରତିଦ୍ୱନ୍ଦ୍ୱୀ ଭାଜପାକୁ ଚେତାଇ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ହ୍ବିଲଚେୟାରରେ ହିଁ ପୂରା ରାଜ୍ୟରେ ପ୍ରଚାର କରିବେ ବୋଲି ଘୋଷଣା କରିଛନ୍ତି ଟିଏମ୍‌ସି ସୁପ୍ରିମୋ। ଲୋକମାନେ ଯଦି ଆମକୁ ଭୋଟ ଦିଅନ୍ତି, ତେବେ ସେମାନଙ୍କୁ ଗଣତନ୍ତ୍ର ଫେରାଇ ଦିଆଯିବ। ବେଙ୍ଗଲକୁ ଧ୍ୱଶଂ କରିବା ପାଇଁ ଷଡ଼ଯନ୍ତ୍ର ଚାଲିଛି। ନିଶ୍ଚିତ କରି ଦେବାକୁ ଚାହେଁ, ମୁଁ ହ୍ବିଲଚେୟାରରେ ବସି ପୂରା ରାଜ୍ୟରେ ପ୍ରଚାର କରିବି ବୋଲି କହିଛନ୍ତି ମମତା। ଉଲ୍ଲେଖଥାଉ କି, ନନ୍ଦିଗ୍ରାମ ରୋଡ୍‌ଶୋବେଳେ ମମତାଙ୍କ ବାମ ଗୋଡ଼ରେ ଲାଗିଥିଲା ଗଭୀର ଆଘାତ। ମେଡିକାଲରୁ ଡିସଚାର୍ଜ ମିଳିବାର ପର ଦିନ ହିଁ ହ୍ବିଲଚେୟାରରେ ବସି ପ୍ରଚାର ଆରମ୍ଭ କରିଦେଇଛନ୍ତି ଟିଏମ୍‌ସି ସୁପ୍ରିମୋ।

Share