Categories: ଖେଳ

ବାଦ୍‌ ପଡ଼ିଲେ ଚହଲ, ସୂର୍ଯକୁମାର-ଇଶାନଙ୍କୁ ମିଳିଲାନି ସୁଯୋଗ

କୋଲକାତା,୧୨।୧: ଭାରତ-ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ ଗୁରୁବାର ଇଡେନ୍‌ ଗାଡେନ୍ସ ମଇଦାନରେ ଖେଳାଯାଉଛି। ମ୍ୟାଚ୍‌ରେ ଭାରତୀୟ ଟିମ୍‌ରେ ଏକ ପରିବର୍ତ୍ତନ କରାଯାଇଛି। ଦଳରୁ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ବାଦ୍‌ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିଛି। ସେହିଭଳି ଦଳରେ ଇଶାନ କିଷନ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିନାହିଁ।

ତେବେ ୟୁୂଜବେନ୍ଦ୍ର ଆହତ ହୋଇଥିବାରୁ ତାଙ୍କୁ ବିଶ୍ରାମ ଦିଆଯାଇଛି। ଟସ୍‌ ସମୟରେ ଅଧିନାୟକ ରୋହିତ ଶର୍ମା ଏନେଇ ସୂଚନା ଦେଇଛନ୍ତି। ସେ ପ୍ରଥମ ଦିନିକିଆରେ ଫିଲ୍ଡିଂ କରିବା ସମୟରେ ଆହତ ହୋଇଥିବା ସେ ମଧ୍ୟ କହିଛନ୍ତି।

Share