Categories: ଖେଳ

କୁଲଦୀପଙ୍କ ସହ ହେଉଛି ପକ୍ଷପାତିତା…? ୫ ବର୍ଷରେ ଖେଳିଛନ୍ତି ମାତ୍ର ୮ ଟେଷ୍ଟ ମ୍ୟାଚ୍‌…

ଚଟ୍ଟଗ୍ରାମ,୧୬।୧୨: ବାଲାଂଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଚାଇନାମ୍ୟାନ୍‌ ବୋଲର୍‌ କୁଲଦୀପ ଯାଦବ। ପ୍ରଥମ ଇନିଂସରେ ସେ ୪୦ ରନ୍‌ କରିଥିବା ବେଳେ ୫ ଉଇକେଟ ନେବାରେ ସଫଳ ହୋଇଛନ୍ତି। ତୃତୀୟ ଥର ଲାଗି ସେ ଟେଷ୍ଟ କ୍ରିକେଟର ଏକ ଇନିଂସରେ ୫ ନଚେତ ତା’ଠାରୁ ଅଧିକ ଉଇକେଟ ନେଇଛନ୍ତି।

୨୦୧୭ରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ କୁଲଦୀପ। ସେବେଠାରୁ ଏବେଯାଏ ଭଲ ପ୍ରଦର୍ଶନ କରିଥିଲେ ହେଁ ତାଙ୍କ ସହ ପକ୍ଷପାତିତା କରାଯାଉଥିବା ନେଇ ଚର୍ଚ୍ଚା ହେଉଛି। କାରଣ ୫ ବର୍ଷ ମଧ୍ୟରେ ସେ ମାତ୍ର ୮ ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି। ତାଙ୍କୁ ଏକାଦଶରେ ସ୍ଥାନ ପାଇବାକୁ ସଂଘର୍ଷ କରିବାକୁ ପଡ଼ୁଥିବା କୁହାଯାଉଛି। ବିଶେଷକରି ରବିନ୍ଦ୍ର ଜାଡେଜା ଏବଂ ଆର୍‌ ଅଶ୍ୱିନଙ୍କ ସହ ପ୍ରତିସ୍ପର୍ଦ୍ଧା କରିବାକୁ ପଡ଼ୁଛି।

କୁଲଦୀପ ଏଯାବତ ୮ ଟେଷ୍ଟରେ ୩୧ ଉଇକେଟ ନେଇଛନ୍ତି। ଏହାଛଡ଼ା ଭାରତ ପାଇଁ ସେ ୭୩ ଦିନିକିଆ ଏବଂ ୨୫ ଟି୨୦ ଅନ୍ତର୍ଜାତୀୟ ମୁକାବିଲା ଖେଳିଛନ୍ତି। ତିନୋଟି ଯାକ ଫର୍ମାଟ ଦେଖିଲେ ମୋଟ ୧୯୪ ଉଇକେଟ ନେଇଛନ୍ତି ସେ।

Share